ଓଡିଶା

odisha

ETV Bharat / sitara

ଅମିତାଭଙ୍କ 2 କୋଟି ଦାନ ଉପରେ ଉଠିଲା ପ୍ରଶ୍ନ, ଫେରାଇ ନେବାକୁ ଦାବି - ଶିଖ ଗୁରୁଦ୍ବାର ପ୍ରବନ୍ଧକ କମିଟି

ଅମିତାଭଙ୍କ ଗୁରୁଦ୍ବାରା କିମିଟିକୁ ଦେଇଥିବା ଦାନର ସମାଲୋଚନା କଲେ ଉତ୍ତରପ୍ରଦେଶ ସଂଖ୍ୟାଲଘୁ ଆୟୋଗ ସଦସ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : May 14, 2021, 3:48 PM IST

ମୁମ୍ବାଇ: ନିକଟରେ କୋରୋନାର ଦ୍ବିତୀୟ ଲହର ସହ ମୁକାବିଲା କରିବା ପାଇଁ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ 2 କୋଟି ଟଙ୍କା ଦାନ କରିଛନ୍ତି । ସେ ଦିଲ୍ଲୀର ରକାବଗଞ୍ଜ ଗୁରୁଦ୍ବାରରେ ନିର୍ମିତ କୋଭିଡ କେନ୍ଦ୍ର ନିର୍ମାଣରେ 2 କୋଟି ଟଙ୍କା ସାହାଯ୍ୟ କରିଛନ୍ତି । ବର୍ତ୍ତମାନ ତାଙ୍କ ଏହି କାମର ସମାଲୋଚନା କରିଛନ୍ତି ଉତ୍ତରପ୍ରଦେଶ ସଂଖ୍ୟାଲଘୁ ଆୟୋଗ ସଦସ୍ୟ ସର୍ଦ୍ଦାର ପରମିନ୍ଦର ସିଂ ।

ଏଥିସହ ସଂଖ୍ୟାଲଘୁ ଆୟୋଗର ଜଣେ ସଦସ୍ୟ ଦିଲ୍ଲୀ ଶିଖ ଗୁରୁଦ୍ବାର ପ୍ରବନ୍ଧକ କମିଟି ଏବଂ ଏହାର ଅଧ୍ୟକ୍ଷ ସର୍ଦ୍ଦାର ମଜିନ୍ଦର ସିଂହ ସିରସାଙ୍କ କରାଯାଇଥିବା ଦାନକୁ ତୁରନ୍ତ ଫେରାଇ ଦେବାକୁ ଦାବି କରିଛନ୍ତି। କାରଣ ତୃତୀୟ ଗୁରୁଙ୍କ ସମୟରେ ସମ୍ରାଟ ଆକବର ମଧ୍ୟ ଗୁରୁ ଘରକୁ ଅନେକ ଗ୍ରାମ ଦେବାକୁ ଚାହୁଁଥିଲେ, କିନ୍ତୁ ତୃତୀୟ ଗୁରୁ ଏହାକୁ ଗ୍ରହଣ କରିନଥିଲେ କାରଣ ଏହା ଆକବରଙ୍କ ଆୟ ନଥିଲା ।

ଖାଲି ଏତିକି ନୁହେଁ ସେହି ଆହୁରି କହିଛନ୍ତି, ‘ଏ ହେଉଛନ୍ତି ସେହି ଅମିତାଭ ବଚ୍ଚନ, ଯିଏ 1984 ଶିଖ ଦଙ୍ଗାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖଙ୍କ ବିରୋଧରେ ଦଙ୍ଗା ସୃଷ୍ଟି କରିଥିଲେ। ସଂଖ୍ୟାଲଘୁ ଆୟୋଗର ସଦସ୍ୟଙ୍କ ଅନୁଯାୟୀ ଯଦି ଏଭଳି ବ୍ୟକ୍ତିଙ୍କ ଠାରୁ ଦାନ ନିଆଯାଏ ତେବେ ଶିଖ ସମାଜ ପାଇଁ ଭଲ ସାବ୍ୟସ୍ତ ହେବ ନାହିଁ । ଶିଖ ସମାଜ ପାଖରେ ଟଙ୍କାର ଅଭାବ ନାହିଁ । ଆମେ ପ୍ରତେକ ଘର ସାମ୍ନାକୁ ଯାଇ ହାତ ଯୋଡି ଟଙ୍କା ମାଗିନେବା ହେଲେ ଏଭଳି ବ୍ୟକ୍ତିଙ୍କ ଠାରୁ ଦାନ ଗ୍ରହଣ କରିବାନି । ଯାହା ଆମ ପାଇଁ ଅପମାନ ଭଳି।’

ABOUT THE AUTHOR

...view details