ଓଡିଶା

odisha

ETV Bharat / sitara

ସୁରତବାସୀଙ୍କୁ ଖିଲାଡିଙ୍କ ହେଲଥ୍ ଟିପ୍ସ - ମାର୍ଶଲ ଆର୍ଟ ଓ କୁଡୋ ପ୍ରଶିକ୍ଷଣ

ଗୁରୁବାର ସୁରତ ଇଣ୍ଡୋର ଷ୍ଟାଡିୟମରେ ନଜର ଆସିଥିଲେ ଅକ୍କି ଅକ୍ଷୟ କୁମାର । ଅନ୍ତରାଷ୍ଟ୍ରୀୟ ଆମନ୍ତ୍ରଣ ଟୁର୍ଣ୍ଣାମେଣ୍ଟରେ ସେ ସୁରତବାସୀଙ୍କୁ ମାର୍ସଲ ଆର୍ଟ ଓ କୁଡୋର ପାଠ ପଢାଇଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର ଫ୍ୟାନକ୍ଲବ

By

Published : Oct 25, 2019, 12:12 PM IST

Updated : Oct 25, 2019, 1:08 PM IST

ଗୁଜରାଟ: ଆଜି ରିଲିଜ ହୋଇଯାଇଛି ଖିଲାଡି ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ହାଉସଫୁଲ 4’। ଏଥର ଜବରଦସ୍ତ କମେଡି ନେଇ ପରଦାକୁ ଅକ୍ଷୟଙ୍କ ସହ ଫେରିଛନ୍ତି ଅଭିନେତା ରିତେଶ ଦେଶମୁଖ ଓ ବବି ଦେଓଲ।

ଇତିମଧ୍ୟରେ ଅକ୍ଷୟ 11ତମ ଅନ୍ତରାଷ୍ଟ୍ରୀୟ ଆମନ୍ତ୍ରଣ ଟୁର୍ଣ୍ଣାମେଣ୍ଟ ପାଇଁ ସୁରତର ଇଣ୍ଡୋର ଷ୍ଟାଡିୟମରେ ଗୁରୁବାର ପହଞ୍ଚିଥିଲେ । ଆଉ ସବୁବେଳେ ନିଜ ଅଭିୟନ ସହ ଫିଟନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଅକ୍ଷୟ ସୁରତବାସୀଙ୍କୁ ମଧ୍ୟ ଫିଟ୍ ରହିବାର ଉପଦେଶ ଦେଇଛନ୍ତି । ସେ ଫିଟନେସ ଟିପ୍ସ ଦେଇ କହିଥିଲେ କି ତାଙ୍କୁ ଜଣା ଅଛି ସୁରତବାସୀ ଭିନ୍ନ ଭିନ୍ନ ବ୍ୟଞ୍ଜନ ଖାଇବାର ସୌକିନ।

ଏହାସହ ସେ ଶାସ୍ତ୍ରର କିଛି କଥାକୁ ସ୍ମରଣ କରି କହିଥିଲେ କି ଶାସ୍ତ୍ରରେ ଲେଖା ହୋଇଛି କି ରାତ୍ରି ଖାଦ୍ୟ ସନ୍ଧ୍ୟା 6.30 ପୂର୍ବରୁ ଖାଇବା କଥା । ଯାହାଦ୍ବାରା ମଣିଷ ଶରୀର ସୁସ୍ଥ ରହିପାରିବ । ଅନ୍ୟପଟେ ସେ ପୁରା ଦେଶର କୁଡୋ ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କୁ ସମ୍ବୋଧିତ କରିଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଭାରତ ବିଶ୍ବରେ କୁଡୋ ପ୍ରତିଯୋଗିତାରେ ନମ୍ବର ୱାନ ହେଉ ବୋଲି କହିଥିଲେ ଅକ୍ଷୟ। ଦେଶର ମାତା-ପିତାଙ୍କୁ ଏହା ଅପିଲ କରିଥିଲେ କି ନିଜ ସନ୍ତାନଙ୍କୁ କୁଡୋରେ ପ୍ରଶିକ୍ଷଣ ଦେବାକୁ। ଏହାସହ ପିଲାଙ୍କୁ ପ୍ରୋତ୍ସାହିତ କରିବାକୁ ମଧ୍ୟ କହିଥିଲେ । ଦେଶର ସବୁ ପିଲାଙ୍କୁ ମାର୍ଶଲ ଆର୍ଟ ଶିଖିବା କଥା । ସେହିପରି କୁଡୋ ମଧ୍ୟ । କାରଣ କୁଡୋ ଶିଖିବାର କୌଣସି ବୟସ ନଥାଏ । ଯିଏ ଯେବେ ଚାହିଁବ ସେହି ସମୟରେ ଏହି କଳା ଶିଖିପାରିବ।

ସେ ଆହୁରି କହିଥିଲେ କି ଯଦି ପୁଅଙ୍କ ମାତା-ପିତା କୁଡୋ ଶିଖିବାକୁ ଟଙ୍କା ଚାହୁଁଛନ୍ତି । ଯେପର୍ଯ୍ୟନ୍ତ ଅକ୍ଷୟ ଜଣେ ପିଲା ଅଛନ୍ତି, ସେହି ପର୍ଯ୍ୟନ୍ତ କୌଣସି ମାତା-ପିତାଙ୍କୁ କୁଡୋ ଶିଖାଇବା ପାଇଁ ଟଙ୍କା ଦେବେ ନାହିଁ । କେହି ଯଦି ଆପଣଙ୍କୁ ଟଙ୍କା ମାଗୁଛନ୍ତି ତେବେ ତାଙ୍କୁ କହିଲେ ସେ ସେହି ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବେ ।

Last Updated : Oct 25, 2019, 1:08 PM IST

ABOUT THE AUTHOR

...view details