ଓଡିଶା

odisha

ETV Bharat / sitara

ମାଳଦ୍ବୀପରେ ଖିଲାଡିଙ୍କ ଅଜବ ଖେଳ, ହସିଲେ ଫ୍ୟାନ୍ସ - ଖେଳନାରେ ମସ୍ତି କରୁଛନ୍ତି ଅକ୍ଷୟ କୁମାର

ଭାଇରାଲ ହେଲା ଅକ୍ଷୟଙ୍କ ନୂଆ ଭିଡିଓ । ଏଥର ଫିଲ୍ମର କୌଣିସ ଷ୍ଟଣ୍ଟ ନୁହେଁ ସ୍ବିଇମିଂ ପୁଲରେ ମସ୍ତି କରୁଥିବାର ଆସୁଛନ୍ତି ନଜର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 15, 2021, 2:04 PM IST

ମୁମ୍ବାଇ: ମାଳଦ୍ବୀପରେ ପତ୍ନୀ ପୁରା ପରିବାର ସହ ଭେକେସନ ଏନଜୟ କରିଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର । ଏହାସହ ସେ ଫ୍ୟାନ୍ସଙ୍କୁ ମଧ୍ୟ ସୋସିଆଲ ମିଡିଆରେ ମନୋରଞ୍ଜନ କରିବାରେ ଲାଗିପଡିଛନ୍ତି । ଏଥର କିନ୍ତୁ ନିଜର ମଜାଦାର ଭିଡିଓ ସେୟାର କରି ସମସ୍ତଙ୍କୁ ହସାଇ ଦେଇଛନ୍ତି ଅଭିନେତା । ଛୋଟ ପିଲାଙ୍କ ବଳି ପୁଲରେ ମସ୍ତି କରୁଥିବାର ନଜର ଆସୁଛନ୍ତି ସେ । ମସ୍ତି କରୁ କରୁ ଗଳି ମଧ୍ୟ ପଡିଛନ୍ତି । ଯାହାକୁ ଦେଖି ହସି ହସି ବେହାଲ ଫ୍ୟାନ୍ସ ।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ମାଛ ଖେଳନା ଉପରେ ବସି ଉପରୁ ତଳକୁ ଖସୁଥିବାର ନଜର ଆସୁଛନ୍ତି । ଆଉ ହଠାତ୍ ଗଳି ପଡୁଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, ‘ହଲିଡେର ଶେଷ ଦିନ । ଅନୁମାନ ଲଗାଆନ୍ତୁ କାହା କହିବାରେ ମୁଁ ତାଙ୍କ ଏହି ଫିସି ଉପରେ ବସି ତାଙ୍କ ମୁହଁରେ ହସ ଫୁଟାଇବାରେ ସଫଳ ହୋଇଛି ।’

ସେପଟେ ଫ୍ୟାନ୍ସ ଅକ୍ଷୟଙ୍କ ଏହି କଥାରୁ ଅନୁମାନ ଲଗାଉଛନ୍ତି ଯେ ସେ ନିଜ ଲାଡଲୀ ନିତାରାଙ୍କ ଖେଳନାରେ ମସ୍ତି କରିଛନ୍ତି ତାଙ୍କୁ ହସାଇବାକୁ ଚେଷ୍ଟା କରିଛନ୍ତି। ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details