ଓଡିଶା

odisha

ଏକ ବିଲିୟନରେ ତେରି ମିଟ୍ଟି ଟ୍ରାକ୍, ଧନ୍ୟବାଦ କହିଲେ ଖିଲାଡି

By

Published : Mar 17, 2021, 11:03 AM IST

ଦେଶଭକ୍ତି ଗୀତ ରୂପେ 2019ର ‘ତେରି ମିଟ୍ଟି’ ସବୁଠୁ ଅଧିକ ପପୁଲାର ହୋଇଥିଲା । ଯାହାର ଯାଦୁ ୟୁଟ୍ୟୁବରେ ଏଯାବତ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ମଙ୍ଗଳବାର ସୋସିଆଲ ମିଡିଆରେ ନିଜ ଖୁସି ପ୍ରକାଶ କରିଥିଲେ । କାରଣ 2019ରେ ଆସିଥିବା ତାଙ୍କ ଫିଲ୍ମ ‘କେଶରୀ’ର ଗୀତ ‘ତେରି ମିଟ୍ଟି’କୁ ୟୁଟ୍ୟୁବରେ ଏଯାବତ ଏକ ବିଲିୟନରୁ ଅଧିକଥର ଦେଖାସରିଲାଣି । ଯାହାକୁ ନେଇ ତାଙ୍କ ଖୁସି କହିଲେ ନସରେ ।

ଟ୍ବିଟରରେ ଗୀତର ଏକ ଭିଡିଓ କ୍ଲପି ସେୟାର କରି ସେ ଲେଖିଥିଲେ, ‘ତେରି ମିଟ୍ଟି କେବଳ ଗୀତ ନୁହେଁ ଏହା ଏକ ଅନୁଭବ କରିବା ଜିନିଷ । ଯାହାଦ୍ବାରା ଏକ ବିଲିୟନ ହୃଦୟ ଜିତିବାରେ ସଫଳ ହୋଇଛି । ସମସ୍ତଙ୍କୁ ଧନ୍ୟବାଦ ।’

ପ୍ରକାଶ ଥାଉକି ଏବର୍ଷ ଅକ୍ଷୟଙ୍କ ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି କ୍ରମରେ ସାମିଲ ଅଛି ‘ବଚ୍ଚନ ପାଣ୍ଡେ’, ‘ବେଲ ବଟମ’, ‘ଅତରଙ୍ଗୀ ରେ’ ଭଳି ଫିଲ୍ମ । ଗତ ସପ୍ତାହରେ ଅକ୍ଷୟ ପୁରା ପରିବାର ସହ ମାଳଦ୍ବୀପ ବୁଲିବାକୁ ଯାଇଥିଲେ । ଯେଉଁଠାରେ ସେ ଖୁବ ମସ୍ତି କରିବା ସହ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ, ଭିଡିଓ ମଧ୍ୟ ସୋୟାର କରିଥିଲେ ।

ABOUT THE AUTHOR

...view details