ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର କିଛି ନା କିଛି କାମ କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ସେ ନିଜ ବହୁପ୍ରତିକ୍ଷିତ ଫିଲ୍ମ ‘ଲଷ୍ମୀ ବମ’କୁ ନେଇ ଉତ୍ସାହିତ ଦର୍ଶକ। କାରଣ ପ୍ରଥମଥର ଏହି ଫିଲ୍ମରେ ଅକ୍ଷୟଙ୍କ କିନ୍ନର ଅବତାର ଦେଖିବାକୁ ମିଳିବ । ଫିଲ୍ମ ବ୍ୟତୀତ ସେ ନିଜର ଏକ ଅନଲାଇନ ଗେମକୁ ନେଇ ମଧ୍ୟ ଲାଇଲଲାଇଟରେ। ଗତ ମାସରେ ତାଙ୍କ ଗେମ FAU-Gର ଘୋଷଣା ହୋଇଥିଲା ।
ଅକ୍ଷୟଙ୍କ ଅନଲାଇନ ଗେମ FAU-G ଟିଜର ରିଲିଜ - ଅକ୍ଷୟ କୁମାରଙ୍କ ଅନଲାଇନ ଗେମ
ଖିଲାଡିଙ୍କ ଆଉ ଏକ କାରନାମା । ନଭେମ୍ବରରେ ଆସିବ ତାଙ୍କ ଅନଲାଇନ ଗେମ FAU-G । ଏବେ ଜାରି ହୋଇଛି ଏହାର ଟିଜର।
![ଅକ୍ଷୟଙ୍କ ଅନଲାଇନ ଗେମ FAU-G ଟିଜର ରିଲିଜ ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ](https://etvbharatimages.akamaized.net/etvbharat/prod-images/768-512-9326951-634-9326951-1603787293166.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ହେଲେ ଦଶହରା ଅବସରରେ ଏହାର ଜବରଦସ୍ତ ଟିଜର ଭିଡିଓ ଜାରି କରିଛନ୍ତି ଅକ୍ଷୟ । ଟ୍ବିଟରରେ ଟିଜର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଖରାପ ଉପରେ ଭଲର ବିଜୟ ଦିନ । ଆଉ ସୈନ୍ୟଙ୍କ ପାଇଁ ଏହାଠୁ ଅଧିକ ଉତ୍ସବର ଦିନ କଣ ହେଉପାରିବ। ଦଶହରା ଅବସରରେ ଜାରି ହେଉଛି ଗେମ FAU-G ଟିଜର । ନଭେମ୍ବରରେ ରିଲିଜ ପୁରା ଗେମ।’
ସେହିପରି ଭିଡିଓ ଟିଜରରେ ଗଲୱାନ ଘାଟିରେ ପ୍ରଥମ ଦିନରେ ଯାତ୍ରା ପାଇଁ ହେଲିକପ୍ଟର ପ୍ରସ୍ତୁତ ଥିବାର ଦେଖିବାକୁ ମିଳୁଛି । ଟିଜରରୁ ଲାଗୁଛି PUB-G ପରିବରର୍ତ୍ତେ FAU-Gକୁ ପସନ୍ଦ କରିବେ ସମସ୍ତେ ।