ମୁମ୍ବାଇ: କୋରୋନା ପ୍ରକୋପ ପାଇଁ ଦେଶରେ ସିନେମାହଲ ବନ୍ଦ ଥିବାରୁ ନିର୍ମାତା ନିଜ ନିଜ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ଆରମ୍ଭ କରିଦେଇଛନ୍ତି । ଏଯାବତ ଅନେକ ବିଗ ବଜେଟ ଫିଲ୍ମ ଓଟିଟ ପ୍ଲାଟଫର୍ମରେ ରିଲିଜ ହୋଇସାରିଲାଣି । ଆଉ ଖୁବଶୀଘ୍ର ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ’, ଅଜୟ ଦେବଗନଙ୍କ ଫିଲ୍ମ ‘ଭୂଜ- ଦ ପ୍ରାଇଡ ଅଫ ଇଣ୍ଡିଆ’, ‘ସଡକ 2’ ରିଲିଡ ହେବାକୁ ଯାଉଛି । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ । ସେହିପରି ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବା ପାଇଁ ମେକର୍ସଙ୍କୁ ମୋଟା ଅଙ୍କ ମଧ୍ୟ ମିଳିଛି । ଏହି ମାମଲାରେ ମଧ୍ୟ ବାଜି ମାରିନେଇଛି ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ’।
ଓଟିଟି ରିଲିଜରେ ବି ଅକ୍ଷୟ ସାଜିଲେ ନଂ ୱାନ, ମିଳିଲା ମୋଟା ଅଙ୍କ - ପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ’
ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାରେ ଲାଗିଛି ବିଗ ବଜେଟ ଫିଲ୍ମ । ଏଥିର ମଧ୍ୟ ଅନ୍ୟ ଫିଲ୍ମକୁ ପଛରେ ପକାଇ ଦେଇଛି ଅକ୍ଷୟଙ୍କ ଚର୍ଚ୍ଚିତ ଫିଲ୍ମ ‘ଲକ୍ଷ୍ମୀ ବମ’ ।
![ଓଟିଟି ରିଲିଜରେ ବି ଅକ୍ଷୟ ସାଜିଲେ ନଂ ୱାନ, ମିଳିଲା ମୋଟା ଅଙ୍କ ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-8566791-47-8566791-1598445181195.jpg)
ଏହି ହରର କମେଡି ଫିଲ୍ମରେ ଅକ୍ଷୟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ‘କବୀର ସିଂ’ ଫେମ କିୟାରା ଆଡଭାନୀ । ଫିଲ୍ମଟି ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି । ଯାହାପାଇଁ ମେକର୍ସଙ୍କୁ 125 କୋଟି ଟଙ୍କା ଦିଆଯାଇଛି । ଏଯାବତ ଫିଲ୍ମ ରିଲିଜ ତାରିଖ ସାମ୍ନାକୁ ଆସିନାହିଁ ।
ସେହିପରି ଅଜୟ, ସୋନାକ୍ଷୀ ସିହ୍ନା, ସଞ୍ଜୟ ଦତ୍ତ, ନୋରା ଫତେହୀ ଓ ଶରଦ କେଲକର ଭଳି ଷ୍ଟାରର ଫିଲ୍ମ ‘ଭୁଜ’କୁ ହଟ ଷ୍ଟାର 110 କୋଟିରେ କିଣିଛି । ଅନ୍ୟପଟେ ଅଭିଷେକ ବଚ୍ଚନ ଓ ଇଲିୟାନା ଡିକ୍ରୁଜଙ୍କ ଫିଲ୍ମ ‘ଦ ବିଗ ବୁଲ’କୁ 50 କୋଟି ଟଙ୍କାରେ କିଣାଯାଇଛି । ମଲ୍ଟି ଷ୍ଟାରର ଫିଲ୍ମ ‘ସକଡ 2’କୁ ମିଳିଛି 70 କୋଟି ଟଙ୍କା । ଆଉ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ 40 କୋଟି ଟଙ୍କାରେ କିଣାଯାଇଥିଲା ।