ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ଦର୍ଶକଙ୍କୁ ଦେଇଛନ୍ତି ଶାନଦାର ଉପହାର । ଆଜ୍ଞା ହଁ, ସେ ନିଜର ଆଗାମୀ ଫିଲ୍ମ ଘୋଷଣା କରି ଚର୍ଚ୍ଚାରେ । ଲୋକପ୍ରିୟ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶନାରେ ହେବାକୁ ଯାଉଥିବା ଫିଲ୍ମ ‘ରକ୍ଷାବନ୍ଧନ’ରେ ନଜର ଆସିବେ ସେ। ଅକ୍ଷୟ ଏହି ଫିଲ୍ମ ନିଜ ଭଉଣୀ ଅଲକାଙ୍କୁ ସମର୍ପିତ କରିଛନ୍ତି ।
ଏହାର ଘୋଷଣା କରି ସେ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି କରିଦେଇଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଜୀବନରେ ବହୁତ କଷ୍ଟରେ ଏମିତି ଏକ କାହାଣୀ ଆସିଛି ଯାହା ମୋ ହୃଦୟକୁ ଛୁଇଁଛି । ଏଥିପାଇଁ ଏହା ମୋ କ୍ୟାରିୟରର ଏମିତି ଫିଲ୍ମ ଯାହାକୁ ମୁଁ ବହୁତ କମ ସମୟରେ ସାଇନ କରିଛି । ଫିଲ୍ମ ରକ୍ଷାବନ୍ଧନକୁ ମୁଁ ମୋ ଭଉଣୀ ଅଲକା ଓ ଦୁନିଆର ସବୁଠୁ ଖାସ୍ ବନ୍ଧନ ନାମରେ ସମର୍ପିତ କରୁଛି । ଯାହା ଭଉଣୀ-ଭାଇଙ୍କ ଉତ୍ସବ । ଜୀବନରେ ମତେ ଏହି ଖାସ୍ ଫିଲ୍ମ ଦେଇଥିବାରୁ ଧନ୍ୟବାଦ ଆନନ୍ଦ ଏଲ ରାୟ।’