ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ନିଜ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ । ଗତ କିଛି ବର୍ଷରୁ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହେବାରେ ଲାଗିଛି । ସେହିପରି ଆୟ ମାମଲାରେ ଅକ୍ଷୟ ଇଣ୍ଡଷ୍ଟ୍ରିରେ ସବୁ ଷ୍ଟାର୍ସଙ୍କଠୁ ଆଗରେ । ସେ ଫିଲ୍ମ ପାଇଁ ପ୍ରାୟତଃ ମୋଟା ଅଙ୍କ ଫିସ୍ ଚାର୍ଜ କରନ୍ତୁ । ନିର୍ମାତା ମଧ୍ୟ ତାଙ୍କୁ ନିଜ ନିଜ ଫିଲ୍ମରେ ନେବା ପାଇଁ କୋଟି କୋଟି ଟଙ୍କା ଦେବାକୁ ରାଜି ହୋଇଯାଆନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ଆଜ୍ଞା ହଁ, ସେ ଚର୍ଚ୍ଚିତ ଫିଲ୍ମ ‘ଅତରଙ୍ଗୀ ରେ’ ପାଇଁ ମୋଟା ଅଙ୍କ ଡିମାଣ୍ଡ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କେତେ ଟଙ୍କା ଫିସ୍ ବାବଦରେ ନେଇଛନ୍ତି ସେ...
ଶୁଣିବାକୁ ମିଳୁଛି ଯେ ସେ ଏହି ଫିଲ୍ମ ପାଇଁ 27 କୋଟି ଟଙ୍କା ଚାର୍ଜ କରିଛନ୍ତି । ସେହିପରି ଫିଲ୍ମ ପାଇଁ ସେ ମାତ୍ର ଦୁଇ ସପ୍ତାହ ସୁଟିଂ କରିବେ । ସେମିତି ଦେଖିବାକୁ ଗଲେ ସେ ଗୋଟିଏ ଦିନ ଫିଲ୍ମ ସୁଟିଂ ପାଇଁ 1 କୋଟି ଟଙ୍କା ନିଅନ୍ତୁ । ହେଲେ ‘ଅତରଙ୍ଗୀ ରେ’ ପାଇଁ ସେ ଡବଲ ଫିସ୍ ନେବାକୁ ଯାଉଛନ୍ତି।