ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ଆଜି 53ତମ ଜନ୍ମଦିନ । ବର୍ତ୍ତମାନ ସେ ନିଜ ଅପକମିଂ ଫିଲ୍ମ ‘ବେଲ ବଟମ’ର ସୁଟିଂ ୟୁକେରେ କରୁଛନ୍ତି । ସେପଟେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବାକୁ ଯାଇ ଏହି ଫିଲ୍ମରୁ ତାଙ୍କ ନୂଆ ଲୁକ ପୋଷ୍ଟର ମେକର୍ସ ଜାରି କରିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ବି-ଟାଉନ ସେଲିବ୍ରିଟି । ଏହି କ୍ରମରେ ପ୍ରଥମ ନାମ ସାମିଲ ଅଛି ଅଭିନେତ୍ରୀ କରିସ୍ମା କପୁରଙ୍କ । ସେ ଅକ୍ଷୟଙ୍କ ସହ ନିଜର ଏକ ପୁରୁଣା ଫଟୋ ସେୟାର କରିଛନ୍ତି ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଫଟୋରେ ସେ ଲେଖିଛନ୍ତି, ‘ଦିଦାର ଦିନ । ପ୍ରକୃତରେ ମସ୍ତିଭରା ସ୍ମୃତି । ଯେବେ ମୁଁ ମୋ ମା'ଙ୍କ ଭଳି ପୁରା ଦେଖାଯାଉଥିଲି । ହାପି ବର୍ଥଡେ ଏକେ ।’ ସେପରି କରୀନା କପୁର ଖାନ ମଧ୍ୟ ଅକ୍ଷୟଙ୍କୁ ୱିଶ କରି ଲେଖିଛନ୍ତି, ‘ଏହିପରି ମୁଁ ତୁମକୁ ଜାଣେ । ଏହିପରି ମୁଁ ତୁମକୁ ସର୍ବଦା ମନେ ରଖିବି । ଏହିପରି ମୁଁ ତୁମକୁ ମନେ ପକାଇବି ଯେ ଲୋଲୋ ତୁମର ପ୍ରଥମ କୋ-ଷ୍ଟାର ଓ ତୁମେ ମୋର ଫେଭରେଟ କୋ-ଷ୍ଟାର ।’ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ।
କରୀନାଙ୍କ ବ୍ୟତୀତ ଅକ୍ଷୟଙ୍କ ସହ ‘ବ୍ରଦର’ ଫିଲ୍ମରେ ଅଭିନୟ କରିଥିବା ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ‘ତୁମ ସହ ସବୁବେଳେ ମସ୍ତିଭରା ହ୍ୟାଙ୍ଗଆଉଟ କରିବାକୁ ଭଲ ଲାଗେ । ହାପି ବର୍ଥଡେ ଅକ୍ଷୟ ।’
‘କବୀର ସିଂ’ ଫେମ କିୟାରା ଆଡଭାନୀ ଖୁବଶୀଘ୍ର ଅକ୍ଷୟଙ୍କ ସହ ନିଜର ପ୍ରଥମ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଯୋଡି ଚର୍ଚ୍ଚିତ ଫିଲ୍ମ ‘ଲକ୍ଷ୍ମୀ ବମ’ରେ ଏକାଠି ନଜର ଆସିବେ । ଅକ୍ଷୟଙ୍କ ଜନ୍ମଦିନରେ ସେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ବର୍ଥଡେ ୱିଶ କରିଛନ୍ତି ।