ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ନୂଆ ଚେହେରା ଦେଖିବାକୁ ମିଳିବ । କିଛି ଦିନରୁ ଶୁଣିବାକୁ ମିଳୁଛି ଯେ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭାଇ ଅହାନ ପାଣ୍ଡେ ୟଶରାଜ ଫିଲ୍ମସ ବ୍ୟାନରରେ ନିଜ ଡେବ୍ୟୁ ଫିଲ୍ମ କରିବେ । ହେଲେ ଏବେ ତାଙ୍କୁ ନେଇ ନୂଆ ଚର୍ଚ୍ଚା । ସେ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ସହ ପରଦାରେ ନଜର ଆସିବେ । ଆଜ୍ଞା ହଁ, ଅଜୟ ଅନେକ ବର୍ଷ ପରେ ୟଶରାଜ ଫିଲ୍ମସ ସହ ହାତ ମିଶାଇଛନ୍ତି । ଦୁଇଜଣ ଏକ ସୁପରହିରୋ ଫିଲ୍ମର ଅଂଶ ସାଜିବେ ।
ସେହିପରି ଫିଲ୍ମର ନିର୍ଦ୍ଦେଶନା କରିବେ ଶିବ ରାୱାଲି । ସେ ମଧ୍ୟ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଦୁନିଆରେ ଡେବ୍ୟୁ କରିବେ । ୟଶରାଜ ଫିଲ୍ମସ ତରଫରୁ ସୂଚନା ମିଳିଛି ୟେ ଅଜୟଙ୍କ ସହ ପ୍ରଥମଥର ସ୍କ୍ରିନ ସେୟାର କରିବେ ଅହାନ ।