ଚଣ୍ଡିଗଢ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଏବେ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂରେ ଖୁବ୍ ବ୍ୟସ୍ତ । ଫିଲ୍ମରେ ଆମୀରଙ୍କ ନୂଆ ଅବତାର ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମ ସୁଟିଂରୁ ସମୟ କାଢି ଅମୃତସର ଫେମସ ସ୍ବର୍ଣ୍ଣ ମନ୍ଦିରରେ ଶନିବାର ପହଞ୍ଚିଯାଇଥିଲେ ଆମୀର। ‘ଲାଲ ସିଂ ଚଡ୍ଡା’ର ବାକି ସୁଟିଂ ପଞ୍ଜାବରେ ହେବାର ଅଛି।
ସ୍ବର୍ଣ୍ଣ ମନ୍ଦିରରେ ମିଷ୍ଟର ପରଫେକ୍ସନିଷ୍ଟ - ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଆଗାମୀ ଫିଲ୍ମ
ସୁପରଷ୍ଟାର ଆମୀର ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ଆଗାମୀ ସୁଟିଂ ପଞ୍ଜାବରେ ହେବାକୁ ଯାଉଛି । ଯାହା ପାଇଁ ଶନିବାର ପୁରା ଫିଲ୍ମ ଟିମ ପଞ୍ଜାବରେ ପହଞ୍ଚିଛନ୍ତି । ଟିମ ସହ ଆମୀର ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିବାକୁ ପହଞ୍ଚିଥିଲେ । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହୋଇଛି।
ଫଟୋ ସୌଜନ୍ୟ: ଏଏନଆଇ
ଫିଲ୍ମର ସୁଟିଂ ସହ ଆମୀର ଗୁରୁଦ୍ବାରା ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି ସ୍ବର୍ଣ୍ଣ ମନ୍ଦିରରେ ଆମୀରଙ୍କ ସ୍ବାଗତ ମଧ୍ୟ ଶାନଦାର ଅନ୍ଦାଜରେ କରାଯାଇଥିଲା । ଏହବ୍ୟତୀତ ଆମୀରଙ୍କୁ ମନ୍ଦିର ସଦସ୍ୟଙ୍କ ତରଫରୁ ବହି ଉପହାର ସୂରପ ଦିଆଯାଇଛି । ‘ଲାଲ ସିଂ ଚଡ୍ଡା’ ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ରିଲିଜ କରାଯିବ । ଯାହାର ଘୋଷଣା ନିକଟରେ ଆମୀର ଟ୍ବିଟରରେ ଫିଲ୍ମର ଏକ ମୋଶନ ପୋଷ୍ଟର ସେୟାର କରି କରିଥିଲେ। ଫିଲ୍ମରେ ପୁଣି ଆମୀରଙ୍କ ସହ ରୋମାନ୍ସ କରିବେ ବି-ଟାଉନର ବେବୋ କରୀନା କପୁର ଖାନ।