ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଦେଖିବାକୁ ମିଳୁଛି । ହେଲେ ଏଥର ନିଜର କୌଣସି ବୟାନକୁ ନେଇ ଚର୍ଚ୍ଚାରେ ନାହାଁନ୍ତି ସେ ବରଂ ତୁର୍କୀର ପ୍ରଥମ ମହିଳାଙ୍କୁ ସାକ୍ଷାତ କରିଥିବାରୁ ଚାଲିଛି ଚର୍ଚ୍ଚା । ଆମୀର ନିଜର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ସୁଟିଂ ସମୟରେ ତୁର୍କୀ ପହଞ୍ଚିଥିଲେ । ଏହି ସମୟରେ ସେ ତୁର୍କୀର ପ୍ରଥମ ମହିଳାଙ୍କୁ ଭେଟିଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମୀର ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି। ଏହି ବିବାଦ ବ୍ୟତୀତ ଆସନ୍ତୁ ଆମୀରଙ୍କ କିଛି ଚର୍ଚ୍ଚିତ ବିବାଦ ଉପରେ ନଜର ପକାଇବା...
ଶାହରୁଖ ଖାନଙ୍କ ଉପରେ ଦେଇଥିଲେ ବିବାଦିତ ବୟାନ । କିଛି ବର୍ଷ ପୂର୍ବେ ସେ ଶାହରୁଖଙ୍କ ଉପରେ ଏକ ବ୍ଲଗ ଲେଖିଥିଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । 2003ରେ ଆମୀର ସେହି ସମୟରେ ବିବାଦରେ ଆସିଥିଲେ ଯେବେ ସେ ବ୍ଲଗରେ ଲେଖିଥିଲେ, ‘ଶାହରୁଖ ମୋ ଗୋଡ ଚାଟୁଛନ୍ତି ଓ ମୁଁ ତାଙ୍କୁ ବିସ୍କୁଟ ଖୁଆଉଛି ।’ କଥାଟି ହେଲା ଯେ ଶାହରୁଖ, ଆମୀରଙ୍କ ଏକ ପୋଷା କୁକୁରର ନାମ ଥିଲା । କିନ୍ତୁ ଏହି କଥା ଉପରେ ଏତେ ବିବାଦ ହୋଇଥିଲା ଯେ ସବୁ ମହଲରେ ଆମୀରଙ୍କ ସମାଲୋଚନା କରାଯାଇଥିଲା । ଯାହାପରଠୁ ଶାହରୁଖ ଓ ଆମୀରଙ୍କ ମଧ୍ୟକେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା ।