ଓଡିଶା

odisha

By

Published : Mar 3, 2021, 12:37 PM IST

ETV Bharat / sitara

‘ମହାଭାରତ’ କାମ ବନ୍ଦ କଲେ ଆମୀର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ସାମ୍ନାକୁ ଆସିଲା ବଡ ଖବର । ଦୀର୍ଘ ସମୟରୁ ନିଜ ଆଗାମୀ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଥିବା ଆମୀର ବର୍ତ୍ତମାନ ଏହାର କାମ ବନ୍ଦ କରିଦେଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ସବୁବେଳେ ପୁରା ପରଫେକ୍ସନ ସହ ନିଜ କାମ କରନ୍ତି । ଆଉ ବର୍ଷକୁ ରିଲିଜ ହୁଏ ତାଙ୍କର ଏକ ମାତ୍ର ଫିଲ୍ମ, ଯାହା ବ୍ଲକବଷ୍ଟର ସାଜେ । ହେଲେ କିଛି ଦିନରୁ ସେ ନିଜ ଅପକମିଂ ପ୍ରୋଜେକ୍ଟ ‘ମହାଭାରତ’କୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ଇତିମଧ୍ୟରେ ପ୍ରୋଜେକ୍ଟକୁ ନେଇ ନୈରାଶ୍ୟଜନକ ଖବର ଶୁଣିବାକୁ ମିଳୁଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ।

କାରଣ ପାଖାପାଖି 2 ବର୍ଷ ପର୍ଯ୍ୟନ୍ତ ‘ମହାଭାରତ’ର କାହାଣୀ ଉପରେ ରିସର୍ଚ୍ଚ କରିଆସୁଥିବା ଆମୀର ବର୍ତ୍ତମାନ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖିଦେଇଛନ୍ତି । ହେଲେ ଏମିତି କଣ ହେଲା ଯେ ଆମୀରଙ୍କୁ ଏପରି ନିଜର ବହୁ ପ୍ରତିକ୍ଷିତ ପ୍ରୋଜେକ୍ଟକୁ ହୋଲ୍ଡରେ ରଖିବାକୁ ପଡିଲା । କଥାଟି ହେଲା ଯେ ଆମୀର ନିଜ ଜୀବନର ଦୁଇ ବର୍ଷ ଏକ ୱେବ ସିରିଜ ନିର୍ମାଣ କରିବାରେ ନଷ୍ଟ କରିବାକୁ ଚାହୁଁନାହାଁନ୍ତି । ସେ ସ୍ଥିର କରୁଛନ୍ତି ଅନେକ ଷ୍ଟାର୍ସଙ୍କ ସହ ଏକ ଫିଚର ଫିଲ୍ମରେ ଶୀଘ୍ର କାମ କରିବାକୁ । ଯାହାର ନିର୍ଦ୍ଦେଶନା କେହି ତାଙ୍କର ବିଶ୍ବସ୍ତ କରିବେ । ଏହି କାରଣ ପାଇଁ ସେ ବର୍ତ୍ତମାନ ‘ମହାଭାରତ’ ପ୍ରଜୋକ୍ଟର କାମ ବନ୍ଦ ରଖିଛନ୍ତି ।

ଶେଷଥର ଆମୀରଙ୍କୁ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ଦେଖିବାକୁ ମିଳିଥିଲା । ଯାହା 3 ବର୍ଷ ପୂର୍ବେ ରିଲିଜ ହୋଇଥିଲା । ଏହାପରଠୁ ତାଙ୍କୁ ଏଯାବତ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ଆଉ ଏବର୍ଷ ରିଲିଜ ହେବାକୁ ଯାଉଛି ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ । ଯେଉଁଥିରେ ତାଙ୍କ ସହ ନଜର ଆସିବେ କରୀନା କପୁର ଖାନ ।

ABOUT THE AUTHOR

...view details