ଓଡିଶା

odisha

By

Published : Oct 21, 2020, 3:00 PM IST

ETV Bharat / sitara

ଶାହରୁଖଙ୍କ ପ୍ରଶଂସାରେ ମିଷ୍ଟର ପରଫେକ୍ସନିଷ୍ଟ

‘ଡିଡିଏଲଜେ’ ଫିଲ୍ମକୁ ଖାସ୍ ଫିଲ୍ମ କହି ଚର୍ଚ୍ଚାରେ ଆମୀର । 25 ବର୍ଷ ପୂରଣ ଅବସରରେ ଟ୍ବିଟ କରି ଜଣାଇଲେ ମନ କଥା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ଓ କାଜଲଙ୍କ ବ୍ଲକବଷ୍ଟର ରୋମାଣ୍ଟିକ ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ରିଲିଜକୁ 25 ବର୍ଷ ପୂରଣ ହୋଇଛି। ଏହି ଫିଲ୍ମ 1995 ଅକ୍ଟୋବର 20ରେ ରିଲିଜ ହୋଇଥିଲା । ଆଜି ମଧ୍ୟ ରୋମାଣ୍ଟିକ ଫିଲ୍ମରେ ‘ଡିଡିଏଲଜେ’ ଟପରେ ଅଛି । ଫିଲ୍ମକୁ 25 ବର୍ଷ ପୂରଣ ଅବସରରେ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି।

ଶାହରୁଖଙ୍କ ଏହି ଫିଲ୍ମର ଖୁବ୍ ପ୍ରଶଂସା କରି ଆମୀର ଏକ ଟ୍ବିଟରେ ଲେଖିଛନ୍ତି, ‘ଏମିତି ହିରୋ ଯିଏ ନିଜକୁ ଖୋଜି ପାରିଛି । ଏମିତି ଅଭିନେତ୍ରୀ ଯିଏ ନିଜ ଆତ୍ମାର ସ୍ବରକୁ ଜାଣିପାରିଛି। ଏମିତି ଭିଲେନ ଯାହାର ହୃଦୟ ପରିବର୍ତ୍ତନ ହୋଇଯାଉଛି । ଏହି ଫିଲ୍ମ ଆମ ଆତ୍ମାର ଭଲ ଏବଂ ଉଚ୍ଚ ସ୍ଥାନକୁ ଦର୍ଶାଇଛି । ମୁଁ ପୁରା କାଷ୍ଟର ପ୍ରଶଂସା କରିବାକୁ ଚାହିଁବି।’

ସେପଟେ ଆମୀରଙ୍କ ମୁହଁରୁ ଶାହରୁଖଙ୍କ ପ୍ରଶଂସା ଶୁଣି ଖୁବ୍ ଖୁସି ଅଛନ୍ତି ଫ୍ୟାନ୍ସ । ହେଲେ ଏକଦା ଏମିତି ସମୟ ମଧ୍ୟ ଥିଲା ‘ଡିଡିଏଲଜେ’ ପାଇଁ ଆମୀର ଆୱାର୍ଡ ଶୋରେ ସାମିଲ ହେଉନଥିଲେ । ପ୍ରକାଶ ଥାଉକି ଫିଲ୍ମଫେୟାର ଆୱାର୍ଡରେ ଆମୀରଙ୍କ ଫିଲ୍ମ ‘ରଙ୍ଗୀଲା’ ଓ ଶାହରୁଖଙ୍କ ‘ଡିଡିଏଲଜେ’ ନୋମିନେଟ ହୋଇଥିଲା । ଆଉ ଆମୀରଙ୍କୁ ପଛରେ ପକାଇ ଶାହରୁଖ ଆୱାର୍ଜ ଜିତିଥିଲେ । ଯାହା ଆମୀରଙ୍କୁ ନିରାଶ କରିଥିଲା । ଆଉ ଏହା ପରଠୁ ସେ ନିଷ୍ପତ୍ତି ନେଇଥିଲେ ଯେ ଆୱାର୍ଡ ଶୋରେ ସାମିଲ ହେବେ ନାହିଁ ।

ABOUT THE AUTHOR

...view details