ଓଡିଶା

odisha

By

Published : Jul 1, 2020, 5:13 PM IST

ETV Bharat / sitara

ମା'ଙ୍କ କୋରୋନା ଟେଷ୍ଟ ନେଗେଟିଭି, ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ଆମୀର

ଟ୍ବିଟରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଆମୀର । ତାଙ୍କ ମା'ଙ୍କ କୋରୋନା ଟେଷ୍ଟ ନେଗେଟିଭ ଆସିଥିବାରୁ ସେ ବହୁତ ଖୁସି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ଆମୀର ଖାନଙ୍କ ପରିବାର ପାଇଁ ଖୁସି ଖବର । ତାଙ୍କ ମା'ଙ୍କ କୋରୋନା ନେଗେଟିଭ ବାହାରିଛି । ଯାହାକୁ ନେଇ ପରିବାରର ଖୁସି ନକହିଲେ ସରେ । ଏହାର ସୂଚନା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି ଆମୀର । ସେହିପରି ମଙ୍ଗଳବାର ଆମୀର ସୋସିଆଲ ମିଡିଆରେ ଜଣାଇଥିଲେ ଯେ ତାଙ୍କର ଘରର କିଛି ଷ୍ଟାଫ କୋରୋନା ସଂକ୍ରମିତ । ଷ୍ଟାଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ତାଙ୍କ ଘରର ସବୁ ସଦସ୍ୟଙ୍କ କୋରୋନା ଟେଷ୍ଟ ହୋଇସାରିଛି । ଯାହା ନେଗେଟିଭ ବାହାରିଛି । ହେଲେ ତାଙ୍କ ମା'ଙ୍କ ଟେଷ୍ଟ ବାକି ଅଛି । ଖାଲି ଏତିକି ନୁହେଁ ମା'ଙ୍କ ଟେଷ୍ଟ ନେଗେଟିଭ ଆସିବା ପାଇଁ ସେ ଫ୍ୟାନ୍ସଙ୍କୁ ପ୍ରାର୍ଥନା କରିବାକୁ ମଧ୍ୟ କହିଥିଲେ ।

ଏବେ ଆମୀର ମା'ଙ୍କ କୋଭିଡ-19 ଟେଷ୍ଟ ବିଷୟରେ ଟ୍ବିଟରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ହାଲୋ, ସମସ୍ତଙ୍କୁ ଏହି ସୂଚନା ଦେଇ ମୁଁ ଶାନ୍ତି ଅନୁଭବ କରୁଛି । ଅମ୍ମି କୋଭିଡ-19 ନେଗେଟିଭ । ଆପଣଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ।’

ଏହା ପୂର୍ବରୁ ସେ ଅନ୍ୟ ଏକ ଟ୍ବିଟରେ କୋକିଲାବେନ ହସ୍ପପିଟାଲ ଡାକ୍ତର, ନର୍ସ ଓ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରକାଶ ଥାଉକି ଆମୀରଙ୍କ ପୂର୍ବରୁ କରନ ଜୋହର, ଆଲିୟା ଭଟ୍ଟ ଓ ବୋନି କପୁରଙ୍କ ଷ୍ଟାଫ ମଧ୍ୟ କୋରୋନା ପଜିଟିଭି ବାହାରିଥିଲେ ।

ABOUT THE AUTHOR

...view details