ଓଡିଶା

odisha

By

Published : Apr 8, 2021, 2:25 PM IST

ETV Bharat / sitara

ବୟଫ୍ରେଣ୍ଡଙ୍କ ସହ ଲକଡାଉନରେ ରହିବାକୁ ରେଡ୍ଡୀ ଆମୀରଙ୍କ ଲାଡଲୀ !

ଏଥର ଲକଡାଉନକୁ ନେଇ ଏକ୍ସାଇଡେଟ ଆଇରା ଖାନ । କାରଣ ବୟଫ୍ରେଣ୍ଡଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ନଜର ଆସନ୍ତି ଆମୀର ଖାନଙ୍କ ଝିଅ ଆଇରା ଖାନ । ସୁପରଷ୍ଟାରଙ୍କ ଲାଡଲୀ ହୋଇଥିବାରୁ ତାଙ୍କର ଅନେକ ଫ୍ୟାନ୍ସ ଫଲୋଇଂ ବେଶ ଅଧିକ । ଆଉ ତାଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଅନାଇ ବସିଥାଆନ୍ତି । ବର୍ତ୍ତମାନ ସେ ନିଜ ରିଲେସନଶିପକୁ ନେଇ ଖୁବ୍ ଚର୍ଚ୍ଚା । ଏହାବ୍ୟତୀତ ଗତ ବର୍ଷ ଡିପ୍ରେସନ କଥା କହି ଚର୍ଚ୍ଚାରେ ଆସିଥିଲେ । ହେଲେ ଇତିମଧ୍ୟରେ ସେ ଲକଡାଉନ ପାଇଁ ପ୍ରସ୍ତୁତ ଥିବା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଇରା ଖାନ

କଥାଟି ହେଲା ଯେ ଆଇରା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଲକଡାଉନ ପାଇଁ ପ୍ରସ୍ତୁତି ଅଛି। ଏହାସହ ସେ ହାର୍ଟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।’

ଆଉ ତାଙ୍କ ଏହି ଫଟୋରେ କଥିତ ବୟଫ୍ରେଣ୍ଡ ତଥା ଫିଟନେସ୍ କୋଚ ନୁପୁର ଶିଖାରେଙ୍କୁ ଦେଖିବାକୁ ମିଳୁଛି । ଦୁଇଜଣ ରୋମାଣ୍ଟିକ ଅନ୍ଦାଜରେ ଉଠାଇଛନ୍ତି ସେଲ୍ଫି । ସେହପରି ଫଟୋ ସେୟାର କରି ସେ ସମସ୍ତଙ୍କୁ ଏହା ଜଣାଇଛନ୍ତି ଯେ ଏବର୍ଷ ଲକଡାଉନରେ ସେ ବୟଫ୍ରେଣ୍ଡଙ୍କ ସହ ସମୟ ବିତାଇବାକୁ ପ୍ରସ୍ତୁତ ଅଛନ୍ତି ।

ABOUT THE AUTHOR

...view details