ଓଡିଶା

odisha

By

Published : Feb 1, 2021, 5:28 PM IST

ETV Bharat / sitara

ଆଉ ଫୋନ୍ ବ୍ୟବହାର କରିବେନି ଆମୀର, ଜାଣନ୍ତୁ କାରଣ...

ଆମୀରଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି । ଫୋନ୍ ବ୍ୟବହାରକୁ ନେଇ ଏମିତି ନିଷ୍ପତ୍ତି ନେଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ସବୁବେଳେ ନିଜ ଅଭିନୟ ପାଇଁ ମନ କିଣିଥିବା ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଅନ୍ୟ ଷ୍ଟାର୍ସଙ୍କ ପରି ସୋସିଆଲ ମିଡିଆ ପର୍ସନ ନୁହେଁ । ଯେଉଁଠାରେ ଅନ୍ୟ ଅଭିନେତା ସୋସିଆଲ ମିଡିଆରେ ଆକ୍ଟିଭ ରହି ନିଜ ପ୍ରଶଂସକଙ୍କ ସହ ଯୋଡି ହୁଅନ୍ତି ସେହିଠାରେ ଆମୀର ନିଜ ଭୂମିକାରେ ଉପରେ ଅଧିକ ଧ୍ୟାନ ଦେବାକୁ ପସନ୍ଦ କରନ୍ତି । ସେ ସବୁବେଳେ ନିଜ ଫିଲ୍ମ ଜରିଆରେ ଦର୍ଶକଙ୍କ ସହ ସମ୍ପୃକ୍ତ ହେବାକୁ ଚେଷ୍ଟା କରନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।

କାରଣ କଥାଟି ହେଲା ଯେ ବର୍ତ୍ତମାନ ସେ କମ୍ୟୁନିକେସନ ଡେଟକ୍ସ ବ୍ୟକ୍ତି ସାଜିଛନ୍ତି । ଆଜ୍ଞା ହଁ, ସେ ସ୍ଥିର କରିଛନ୍ତି ଯେ ନିଜର ଫୋନ ସବୁଦିନ ପାଇଁ ସ୍ବିଚ୍ ଅଫ୍ କରିଦେବେ । ଯାହାଦ୍ବାରା ସେ ନିଜ କାମ ଶାନ୍ତିରେ କରିବା ସହ ପରିବାର ସହ ମଧ୍ୟ ସମୟ ବିତାଇପାରିବେ ।

ସେପଟେ ଅଭିନେତାଙ୍କ ମୁଖପାତ୍ର ପ୍ରକାଶ କରିଛନ୍ତି ଯେ ଜୟପୁରରେ ତାଙ୍କ ବନ୍ଧୁ ଅମିନ ହାଜିଙ୍କ ନିର୍ଦ୍ଦେଶିତ ଡେବ୍ୟୁ ‘କୋଇ ଜାନେ ନା’ ପାଇଁ ଏକ ଅତିଥି ଅଭିନେତାରେ ନଜର ଆସିବେ ସେ । ଏହି ଫିଲ୍ମର ସୁଟିଂ ପାଇଁ ଆମୀର ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ କାମରୁ ମଧ୍ୟ ବ୍ରେକ୍ ନେଇଥିଲେ । ଆଉ ସୋମବାର ସେ ନିଜ ସେଲ୍ ଫୋନ ବନ୍ଦ କରିବା କଥା ମଧ୍ୟ ଘୋଷଣା କରିଛନ୍ତି । ଯାହାଦ୍ବାରା ନିଜ କାମ ସେ ଭଲ ରୂପେ କରିପାରିବେ ବୋଲି ଭାବୁଛନ୍ତି ।

ଆମୀର ଅନୁଭବ କରନ୍ତି ଯେ ସେ ମୋବାଇଲ ଫୋନର ଅଭ୍ୟସ୍ତ ହୋଇସାରିଲେଣି । ଯାହା ତାଙ୍କୁ ନିଶା କରିବା ପରି ଲାଗୁଛି । ଫୋନ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ସ୍ଥାନକୁ ମଧ୍ୟ ପ୍ରଭାବିତ କରୁଛି । ତେଣୁ, ସେ ପୁରୁଣା ଦିନ ପରି ଗୁପ୍ତଚର କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଛନ୍ତି ମୁଖପାତ୍ର ।

ABOUT THE AUTHOR

...view details