ମୁମ୍ବାଇ: କିଛି ଦିନ ହେବ ଆୟୁଷ୍ମାନ ଖୁରାନାଙ୍କ ‘ବାଲା’ ଓ ସନ୍ନି ସିଂହଙ୍କ ‘ଉଜଡା ଚମନ’ର ସମସ୍ୟା ଲାଗି ରହିଛି । ‘ଉଜଡା ଚମନ’ ମେକର୍ସ ବୁଧବାର ‘ବାଲା’ ନିର୍ମାତାଙ୍କ ବିରୋଧରେ କପି ରାଇଟ୍ସ ଉଲ୍ଲଘଂନ ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ । ଯାହାର ଶୁଣାଣି ନଭେମ୍ବର 4ରେ ହେବ । ଇତିମଧ୍ୟରେ ‘ଉଜଡା ଚମନ’ ମେକର୍ସ ‘ବାଲା’କୁ ମାତ ଦେବାକୁ ଯାଇ ପୁଣିଥରେ ନିଜ ଫିଲ୍ମ ରିଲିଜ ତାରିଖ ପରିବର୍ତ୍ତନ କରିନେଇଛନ୍ତି।
‘ବାଲା’ ପୂର୍ବରୁ ରିଲିଜ ହେବ ‘ଉଜଡା ଚମନ’ - କମେଡି ଫିଲ୍ମ ବାଲା
ପୁଣି ବଦଳିଲା ସନ୍ନିଙ୍କ ‘ଉଜଡା ଚମନ’ ରିଲିଜ ତାରିଖ । ଏବେ ନଭେମ୍ବର 8 ନୁହେଁ, 1ରେ ଦର୍ଶକ ଦେଖିବେ ଏହି ଫିଲ୍ମ ।
ପ୍ରଥମେ ନଭେମ୍ବର 15, ପରେ 8ରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମ ଏବେ ନଭେମ୍ବର 1 ରେ ରିଲିଜ ହେବ । ଏହାର ଘୋଷଣା ମେକର୍ସ ଫିଲ୍ମର ନୂଆ ପୋଷ୍ଟର ଜାରି କରି କରିଛନ୍ତି । ଏହି ଅବସରରେ ସନ୍ନି ଇନଷ୍ଟାଗ୍ରାମରେ ଫିଲ୍ମ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ ମୁଁ ପୁରା ଚନ୍ଦା ହେବା ପୂର୍ବରୁ ନଭେମ୍ବର 1ରେ ମୋ ସହ ସାକ୍ଷାତ କରିନିଅନ୍ତୁ ।’
‘ଉଜଡା ଚମନ’ରେ ସନ୍ନିଙ୍କ ବ୍ୟତୀତ ମାନବୀ ଗାଗରୁ, କରିସ୍ମା ଶର୍ମା ଓ ଐଶ୍ଚର୍ଯ୍ୟ ସଖୁଜା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଜଣେ ଚନ୍ଦା ବ୍ୟକ୍ତିଙ୍କ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ । ପ୍ରକାଶ ଥାଉକି ଏହି ଅବିକଳ କାହାଣୀକୁ ନେଇ ନିର୍ମାଣ ହୋଇଛି ଆୟୁଷ୍ମାନଙ୍କ ‘ବାଲା’ । ଯାହା ଉପରେ କପି ରାଇଟ ଅଭିଯୋଗ ଆଣିଛନ୍ତି ‘ଉଜଡା ଚମନ’ ମେକର୍ସ ।