ମୁମ୍ବାଇ: ଆକ୍ଟିଭ ବ୍ୟତୀତ ବି-ଟାଉନର ସେକ୍ସି ଅଭିନେତ୍ରୀ ସନ୍ନି ଲିଓନୀ ନିଜ ସ୍କିନ ଓ ବ୍ୟୁଟି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ସବୁବେଳେ ତାଙ୍କ ବ୍ୟୁଟ ଉପରେ ଫିଦା ହେଉଥିବା ଫ୍ୟାନ୍ସଙ୍କୁ କିନ୍ତୁ ଜଣାନାହିଁ ଏହି ସୌନ୍ଦର୍ଯ୍ୟ ସନ୍ନି କିପରି ପାଉଛନ୍ତି । ସେ କୌଣସି କ୍ରିମ କିମ୍ବା ଲୋଶନ ଦ୍ବାରା ନୁହେଁ ବରଂ ଦେଶୀ ଔପଚାରି ଦ୍ବାରା ଏପରି ସୁନ୍ଦର ନଜର ଆସୁଛନ୍ତି ସେ । ତେବେ ଆସନ୍ତୁ ଜାଣିବା କିପରି ନିଜକୁ ଏତେ ସୁନ୍ଦର ରଖୁଛନ୍ତି ଅଭିନେତ୍ରୀ ।
ତେବେ କଥାଟି ହେଲା ଯେ ସନ୍ନି ନିଜ ସ୍କିନକୁ ହେଲ୍ଥି ରଖିବା ପାଇଁ ଏକ ବ୍ୟୁଟି ମନ୍ତ୍ର ସବୁବେଳେ ଆପଣାଆନ୍ତି । ତାହା ହେଲା ତାଙ୍କ ହେଲ୍ଥି ଡାଏଟ । ତାଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ଯେତିକି ହେଲ୍ଥି ଖାଦ୍ୟ ଖାଉଛନ୍ତି ତେବେ ତାଙ୍କ ସ୍କିନ ସବୁବେଳେ ଗ୍ଲୋ କରିବ । ଏହାସହ ଭରପୁର ମାତ୍ରାରେ ପାଣି ପିଇବାର ମଧ୍ୟ ଆବଶ୍ୟକ ଅଛି ।