ମୁମ୍ବାଇ:ଅଭିନେତ୍ରୀ ସନ୍ନି ଲିଓନୀ ତାଙ୍କ ପ୍ରଶଂସକ ମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଏହି ମହାମାରୀର ଏହି ସମୟରେ ସମସ୍ତଙ୍କୁ ଘୃଣା ପରିବର୍ତ୍ତେ ଭଲପାଇବା ବିସ୍ତାର କରିବାକୁ କହିଛନ୍ତି ।
ଅଭିନେତ୍ରୀ କହିଛନ୍ତି, "ମୁଁ ମୋର ପ୍ରଶଂସକ ଏବଂ ଫଲୋଅର୍ସମାନଙ୍କୁ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛି । ସମସ୍ତେ ସୁରକ୍ଷିତ ରୁହ, ଆମେ ଏବେ ଏଭଳି ଏକ ପରିସ୍ଥିତିରେ ଅଛୁ କି, ଘୃଣା ପରିବର୍ତ୍ତେ ଭଲପାଇବା ବିସ୍ତାର କରିବାର ଆବଶ୍ୟକତା ରହିଛି" ।