ଓଡିଶା

odisha

ETV Bharat / sitara

ସନ୍ନିଙ୍କ ଏହି ଅଭ୍ୟାସରେ ବିରକ୍ତ ସ୍ବାମୀ ଡେନିୟଲ - ସନ୍ନି ଲିଓନୀଙ୍କ ସ୍ବାମୀ ଡେନିୟଲ ୱବର

ଭିଡିଓ ଜରିଆରେ ସନ୍ନିଙ୍କ ଖରାପ ଅଭ୍ୟାସ ବିଷୟରେ ସମସ୍ତଙ୍କୁ ଜଣାଇଲେ ଡେନିୟଲ। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓ...

_sunny leone
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ

By

Published : Apr 21, 2020, 7:06 AM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ଲକଡାଉନ ସମୟରେ ସ୍ବାମୀ ଡେନିୟଲ ୱବରଙ୍କ ସହ ଘରେ ସମୟ ବିତାଉଛନ୍ତି। ଆଉ ସବୁବେଳେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଛନ୍ତି । ଇତିମଧ୍ୟରେ ତାଙ୍କ ସ୍ବାମୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି। ଯାହାଙ୍କୁ ଦେଖି ହସି ହସି ବେହାଲ ହୋଇଛନ୍ତି ଫ୍ୟାନ୍ସ।

ସନ୍ନି ଇନଷ୍ଟାଗ୍ରାମରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସ୍ବାମୀ ପ୍ଲେକାର୍ଡ୍ସ ସହ ତାଙ୍କର କିଛି ଅଭ୍ୟାସ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଯେ ସନ୍ନି ସକାଳେ ଜଲଦି ଉଠିଯାଆନ୍ତି। ଭଲ ରୋଷେଇ ମଧ୍ୟ କରନ୍ତି । ଆଉ ସବୁବେଳେ ଭଲ ଡ୍ରେସଅପରେ ରୁହନ୍ତି।

ହେଲେ ମଜାଦାର କଥା ହେଲା ଯେ ଡେନିୟଲ ଯାହା କହୁଛନ୍ତି, ପ୍ଲେକାର୍ଡରେ ତା ସମ୍ପୂର୍ଣ୍ଣ ବିପରିତ ଲେଖାଯାଇଛି। ଯେଉଁଥିରେ ଲେଖାଯାଇଛି, ‘ମତେ ସାହାଯ୍ୟ କରନ୍ତୁ। ସେ ସବୁବେଳେ ଶୋଇ ରହୁଛନ୍ତି। ସେ ଭଲ ରୋଷେଇଆ ନୁହେଁ । ବହୁତ ଅଳସୁଆ । ସବୁବେଳେ ପାଜାମା ପିନ୍ଧିଥାଆନ୍ତି।’

ଭିଡିଓକୁ ସେୟାର କରି ସନ୍ନି ଲେଖିଛନ୍ତି, ‘ଏବେ ମୁଁ ଦେଖିଲି ଡେନିୟଲ କାଲି ତୁମକୁ କଥା ବୁଝିବି। ଏବେ ପ୍ରତିଶୋଧ ନେବା ସମୟ।’ ଆପଣ ବି ଦେଖନ୍ତୁ ଡେନିୟଲଙ୍କ ଏହି ମଜାଦାର ଭିଡିଓ...

ABOUT THE AUTHOR

...view details