ନୂଆଦିଲ୍ଲୀ: ବଲିଉଡର ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ବର୍ତ୍ତମାନ ଲସ୍ ଆଞ୍ଜେଲସରେ ହବି ଡାନିଏଲ୍ ୱେବର ଏବଂ ପିଲାମାନଙ୍କ ସହିତ ଅଛନ୍ତି ।
ସନ୍ନି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ପ୍ରାୟତଃ ତାଙ୍କର ଭିଡିଓ ଏବଂ ଫଟୋ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।
ଏହି ଲକଡାଉନ ମହାମାରୀର ସମୟରେ ଅଧିକାଂଶ ଲୋକ କୋଭିଡ -19 ସହିତ ସଂଘର୍ଷ କରୁଥିବାବେଳେ ସନ୍ନି ରୋମାନ୍ସ କରୁଥିବାର ଜଣାପଡିଛି ।
ଆଜି ସନ୍ନି ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଠାରେ ସେ ଏକ କାରରେ ବସିଥିବାର ନଜର ଆସିଛନ୍ତି । ଏହି ସମୟରେ ପାରାଡାଇଜରେ ରହୁଛନ୍ତି । ଏହା ତାଙ୍କ ପାଇଁ “କୋଭିଡ ପାରାଡାଇଜ୍ ର ସମୟ” ।
ଫଟୋର କ୍ୟାପସନରେ ସନ୍ନି ଲେଖିଛନ୍ତି, ହାଲୋ ! କୋଭିଡ ପାରାଡାଇଜରେ ଆଉ ଗୋଟିଏ ଦିନ !! ବ୍ଲା !! ଲଭ୍ ୟା ।
ଶୁକ୍ରବାର ଦିନ ସନ୍ନି ଏବଂ ତାଙ୍କ ସ୍ୱାମୀ ଡାନିଏଲ ୱେବର ସେମାନଙ୍କର ତିନି ପିଲା ନିଶା, ନେହା ଏବଂ ଆଶେରଙ୍କୁ ଅଗ୍ନିଶମ କେନ୍ଦ୍ରକୁ ନେଇ ଅଗ୍ନି ନିରାପତ୍ତା ବିଷୟରେ ଶିକ୍ଷା ଦେଇଥିଲେ ।
ପ୍ରକାଶ ଥାଉ କି, ସନ୍ନି ‘ହେଟଷ୍ଟୋରି-2’, ‘ଏକ ପହେଲି ଲୀଲା’, ‘ଜିସ୍ମ -୨’ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।