ମୁମ୍ବାଇ: ବି-ଟାଉନର ଆକ୍ସନ ହିରୋ ସନ୍ନି ଦେଓଲ ଲକଡାଉନ ସମୟରେ ନିଜ ପିଲାବେଳ ଦିନକୁ ମନେ ପକାଇବାରେ ବ୍ୟସ୍ତ। ସେ ଏହି ସମୟରେ ନିଜ ପରିବାର ସହ ଘରେ ସମୟ ବିତାଉଛନ୍ତି। ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ। ଏବେ ସେ ପିଲାବେଳର ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଖୁସ କରିଦେଇଛନ୍ତି । ଯେଉଁଥିରେ ସେ ପିତା ଧର୍ମେନ୍ଦ୍ରଙ୍କୁ ତକିଆରେ ପିଟିଥିବାର ଦେଖାଯାଉଛନ୍ତି ।
ବାପ ପୁଅଙ୍କ ପିଲୋ ଫାଇଟ, ଦେଖନ୍ତୁ ସନ୍ନିଙ୍କ ଭାଇରାଲ ଫଟୋ - ସନ୍ନି ଦେଓଲଙ୍କ ଫ୍ଲାଶବ୍ୟାକ ଫଟୋ
ସୋସିଆଲ ମିଡିଆରେ ଭାଇରାଲ ହେଲା ସନ୍ନିଙ୍କ ପୁରୁଣା ଫଟୋ । ପିଲାବେଳ ପିତାଙ୍କ ସହ ମସ୍ତିକରୁଥିବାର ଆସିଲେ ନଜର...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ
ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଫ୍ଲାଶବ୍ୟାକ ପାପା, ମୋ ଭଉଣୀ ଆଉ ମୁଁ।’ ପ୍ରକାଶ ଥାଉକି ଗତ ବର୍ଷ ସନ୍ନି ଲାଡଲା କରନ ଦେଓଲଙ୍କୁ ନିଜ ପ୍ରଯୋଜିତ, ନିର୍ଦ୍ଦେଶିତ ଫିଲ୍ମ ‘ପଲ୍ ପଲ୍ ଦିଲ କେ ପାସ୍’ ଜରିଆରେ ବଲିଉଡରେ ଡେବ୍ୟୁ କରାଇଥିଲେ। ହେଲେ ଫିଲ୍ମଟି ବକ୍ସ ଅଫିସରେ ଖାସ୍ କମାଲ କରିପାରିନଥିଲା ।
ସେ ଆଉ ଥରେ ପୁଅ କରନଙ୍କୁ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଘୋଷଣା ସେ ନିକଟରେ ଏକ ସାକ୍ଷାତକାରରେ କରିଥିଲେ।