ନୂଆଦିଲ୍ଲୀ: 'ଗଦର-୨' ଫିଲ୍ମର ପ୍ରଥମ ଭାଗର ସୁଟିଂ ଶେଷ କରିବା ପରେ ଏହି ଫିଲ୍ମର ପ୍ରଥମ ଲୁକ୍କୁ ଗୁରୁବାର ସେୟାର କରିଛନ୍ତି ବଲିଉଡ଼ ପାୱାର ଆକ୍ଟର ସନ୍ନି ଦେୱଲ । ଏହି ଫିଲ୍ମର ଦ୍ବିତୀୟ ଭାଗରେ ମଧ୍ୟ ଅଭିନେତ୍ରୀ ଅମିଷା ପଟେଲ ନଜର ଆସିବେ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାରା ସିଂ ଭୂମିକାରେ ଥିବା ସନ୍ନି ୨ଟି ଫଟୋକୁ ସେୟାର କରିଛନ୍ତି ।
ସେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ ୨୦ ବର୍ଷ ପରେ ପୁଣି ଏହି ଭୂମିକାରେ ଆସିଥିବାରୁ ସେ ନିଜକୁ ଭାଗ୍ୟବାନ ମଣିଛନ୍ତି । ୨୦୦୧ ବ୍ଲକବଷ୍ଟର ଫିଲ୍ମ 'ଗଦର:ଏକ ପ୍ରେମ କଥା'ର ଦ୍ବିତୀୟ ଭାଗ ହେଉଛି ଗଦର-୨ । ଏହି ଫିଲ୍ମରେ ସନ୍ନି ଜଣେ ଶିଖ ଟ୍ରକ ଡ୍ରାଇଭର ତାରା ସିଂଙ୍କ ଭୂମିକାରେ ଅଭିନୟ କରିଥିଲେ, ଯିଏକି ସକିନା ନାମକ ଜଣେ ପାକିସ୍ତାନୀ ମୁସଲିମ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ । ଏହି ଫିଲ୍ମରେ ସୁନାମଧନ୍ୟ ବରିଷ୍ଠ କଳାକାର ସ୍ବର୍ଗତଃ ଅମ୍ରିଶ ପୁରି ମଧ୍ୟ ଏଥିରେ ଅଭିନୟ କରିଥିଲେ ।