ମୁମ୍ବାଇ:ଆକ୍ଟର ସନ୍ନି ଦେୱଲ ଗୁରୁବାର ନିଜର ଆଗାମୀ ଫିଲ୍ମ 'Gadar 2'ର ପ୍ରଥମ ଭାଗ ସୁଟିଂ ଶେଷ କରିଛନ୍ତି । ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ମାତ୍ର ୨୫ ଦିନ ମଧ୍ୟରେ ସେ ଫିଲ୍ମର ପ୍ରଥମ ଭାଗର ସୁଟିଂକୁ ଶେଷ କରିଥିବା କହିଛନ୍ତି ।
ଏହି ଫିଲ୍ମଟି ଦେୱଲଙ୍କ ୨୦୦୧ ବ୍ଲକବଷ୍ଟର ଫିଲ୍ମ "Gadar: Ek Prem Katha"ର ଦ୍ବିତୀୟ ଭାଗ । ଏଭଳି ଏକ ସୁନ୍ଦର ଭୂମିକାକୁ ପୁଣି ଥରେ ପରଦାକୁ ଆଣିଥିବାରୁ ସନ୍ନି ନିଜକୁ ଭାଗ୍ୟବାନ ମଣୁଥିବା କହିଛନ୍ତି । ସେ ସୁଟିଂ ଶେଷ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, " ୨୦ ବର୍ଷ ତଳେ ତାରା ସିଂଙ୍କୁ ଉପସ୍ଥାପନା କରୁଛି । 'ଗଦର-୨' ଫିଲ୍ମର ପ୍ରଥମ ଭାଗ ସୁଟିଂ ଶେଷ ହୋଇଛି ।" ଏହି ଭୂମିକାକୁ ଆଉ ଥରେ ଜୀବିତ କରାଇ ସେ ବେଶ ଖୁସିଥିବା କହିଛନ୍ତି ।