ନୂଆଦିଲ୍ଲୀ: ବରୁଣ ଧୱନ ଇଣ୍ଡଷ୍ଟ୍ରିର ଅନ୍ୟତମ ଦକ୍ଷ ଯୁବ ଅଭିନେତା । ଯିଏ କେବଳ ସିଲଭର ସ୍କ୍ରିନରେ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି ନାହିଁ ବରଂ ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନ କରିଥାନ୍ତି ।
ଆଜି,'କଲଙ୍କ' ଅଭିନେତା ତାଙ୍କର ଏକ ସନ୍ କିସଡ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ବରୁଣ ଏକ କଳା ଟି ସାର୍ଟ ସହିତ ଷ୍ଟାଇଲିସ୍ କ୍ୟାପ୍ ପିନ୍ଧି କାରରେ ବସିଥିବାର ଦେଖିବାକୁ ମିଳିଛି ।