ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ବର୍ତ୍ତମାନ ଫିଲ୍ମ ଠାରୁ ଦୂରରେ ଥାଇପାରନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ।
ସୁନୀଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାୟତଃ ନିଜର ଏବଂ ପରିବାରର ଫଟୋ ସେୟାର କରନ୍ତି । ଏହି ଫଟୋଗୁଡ଼ିକରୁ ସ୍ପଷ୍ଟ ଜଣାପଡେ ଯେ ସୁନୀଲ ତାଙ୍କ ପରିବାରକୁ କେତେ ଭଲ ପାଆନ୍ତି ।
ଆଜି(ମଙ୍ଗଳବାର) ସୁନୀଲ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ପୁଅ ଅହାନ ସେଟ୍ଟୀଙ୍କ ଜନ୍ମଦିନରେ ଅନେକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି ।
ଏହି ଫଟୋଗୁଡିକ ସହିତ ସୁନୀଲ ଏକ ସୁନ୍ଦର ନୋଟ୍ ଲେଖି ପୁଅକୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।
ସୁନୀଲ ନୋଟରେ ଲେଖିଛନ୍ତି ଯେ, "କିଛି ସମୟ ପାଇଁ ମୁଁ ଆଖି ବନ୍ଦ କରି ହଠାତ୍ ଦେଖିଲି ଜଣେ ୟଙ୍ଗ ମ୍ୟାନ ମୋ ସାମ୍ନାରେ ଠିଆ ହୋଇଛି ଯିଏ ପୂର୍ବରୁ ଛୋଟ ପିଲା ଥିଲା .. ସେ ମୋତେ ଗର୍ବ କରିବାର ଅସଂଖ୍ୟ କାରଣ ଦେଇଛି । ଏକ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ସେ ମୋତେ ଅନୁଭବ କରାଇଥିଲା ଯେ ମୁଁ ଜଣେ ପିତା ଭାବରେ କେତେ ଆଶୀର୍ବାଦପ୍ରାପ୍ତ ... ଜନ୍ମଦିନର ଶୁଭେଚ୍ଛା ବାବା " ।
ଭଉଣୀ ଆଥିଆ ସେଟ୍ଟୀ ମଧ୍ୟ ତାଙ୍କ ଭାଇଙ୍କ ଜନ୍ମଦିନରେ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଆଥିଆ ବେବି ଅହାନ୍ ଙ୍କୁ ତାଙ୍କ କୋଳରେ ଧରିଥିବାର ଦେଖିବାକୁ ମିଳିଛି ।
ଇନଷ୍ଟାଗ୍ରାମ ଫିଡରେ ସୁନୀଲ ଅହାନଙ୍କ ପିଲାଦିନର ବହୁ ଫଟୋ ସେୟାର କରନ୍ତି । ଏହାପୂର୍ବରୁ ଅକ୍ଟୋବରରେ ସୁନୀଲ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଅହାନ ବହୁତ ଛୋଟ ଥିଲେ ।
ପ୍ରକାଶ ଥାଉ ଯେ, ଅହାନ୍ 2018 ତେଲୁଗୁ ବ୍ଲକବଷ୍ଟର RX 100 ର ହିନ୍ଦୀ ରିମେକ୍ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।