ନୂଆଦିଲ୍ଲୀ: ଆଜିକାଲି ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ସେ ପ୍ରାୟତଃ ପ୍ରଶଂସକମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜର ଏବଂ ପରିବାରର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି ।
ନିକଟରେ ସୁନୀଲ ଇନଷ୍ଟାଗ୍ରାମରେ ତାଙ୍କ ପୁଅ ଅହାନଙ୍କ ଏକ ସନ- କିସଡର ଫଟୋ ସେୟାର କରିଛନ୍ତି । ଫଟୋରେ ଅହାନ କଳା ସାର୍ଟ ଏବଂ ନୀଳ ରଙ୍ଗର ପୋଷାକରେ ବହୁତ ହ୍ୟାଣ୍ତସମ ଦେଖାଯାଉଛନ୍ତି । ଅହାନଙ୍କ ଏହି ଫଟୋ ସେୟାର ହେବା ମାତ୍ରେ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଥିଲେ । ଏହାସହ ବହୁ ପ୍ରଶଂସକମାନେ ଏହି ଫଟୋରେ ମନ୍ତବ୍ୟ ଦେଇ କହିଥିଲେ, 1990 ମସିହାର ସୁନୀଲ ଶେଟ୍ଟୀ ।