ମୁମ୍ବାଇ: ବି-ଟାଉନର ଆନ୍ନା ସୁନୀଲ ସେଟ୍ଟୀ ବଲିଉଡର ଟପ ଆକ୍ଟର୍ସଙ୍କ ମଧ୍ୟରୁ ଅନ୍ୟତମ । 90 ଦଶକରେ ଇଣ୍ଡଷ୍ଟ୍ରିରେ ଆକ୍ସନ ହିରୋ ନାଁରେ ଅକ୍ଷୟ କୁମାର, ଅଜୟ ଦେବଗନ ଓ ସୁନୀଲଙ୍କ ନାମ ବେଶ ଜଣାଶୁଣା । କିନ୍ତୁ ଧିରେ ଧିରେ ସମୟ ସହ ଏହି ତିନି ସୁପରଷ୍ଟାର କ୍ୟାରିୟର ଭିନ୍ନ ଭିନ୍ନ ମୋଡରେ ଆସିଯାଇଥିଲେ ।
ଅକ୍ଷୟ ଓ ଅଜୟ ଏଯାବତ ଇଣ୍ଡଷ୍ଟ୍ରିରେ ନିଜ ଯାଦୁ ଦେଖାଇବାରେ ଲାଗିଛନ୍ତି । ଅନ୍ୟପଟେ ସୁନୀଲ ନିଜର କିଛି ଭୁଲ ପାଇଁ ସେହି ରେସରେ ସାମିଲ ହୋଇପାରି ନାହାଁନ୍ତି । ଏହି କଥା ଆମେ କହୁନାହୁଁ । ଏହି କଥାର ଖୁଲାସା ସୁନୀଲ ନିଜେ ଏକ ସାକ୍ଷାତକାରରେ କରିଛନ୍ତି ।
ସେ ନିକଟରେ ଏକ ୱେବସାଇଟକୁ ଦେଇଥିବା ସାକ୍ଷାତକାରରେ ନିଜ କ୍ୟାରିୟର ଏବଂ ବନ୍ଧୁଙ୍କ ସଫଳତା ବିଷୟରେ କହିଥିଲେ ।
ସେ ଅଜୟ ଓ ଅକ୍ଷୟଙ୍କ ପ୍ରଶଂସା ସବୁବେଳେ କରୁଛନ୍ତି ଆଉ ଭାବୁଛନ୍ତି ଖାସ ତାଙ୍କ ପରି ହୋଇ ପାରିଥାନ୍ତେ । ଅକ୍ଷୟ ଓ ଅଜୟଙ୍କ ପରି ହେବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି କହିଛନ୍ତି ସୁନୀଲ ।
କିନ୍ତୁ ସେ ବହୁତ ଇମୋଶନାଲ ଥିଲେ । ନିଜ କ୍ୟାରିୟର ବିଷୟରେ ପ୍ଲାନ କରିନଥିଲେ । ନା କେବେ ସମସ୍ୟାର ସାମ୍ନା କରିବାକୁ ଚେଷ୍ଟା କରିଥିଲେ । ଥରେ ଅସଫଳ ହୋଇ ସବୁବେଳେ ଅସଫଳ ହୋଇ ରହିଗଲେ । ସେ କେବେ ମଧ୍ୟ ଏହା ଭାବନ୍ତି ନାହିଁ କି ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ତାଙ୍କର ହିଟ୍ ଥିଲା ନା ଫ୍ଲପ । ତେଣୁ ସେ ଆଜି ଅନ୍ୟ ଦୁଇ ହିଟ ଷ୍ଟାରଙ୍କ ସ୍ଥାନରେ ନାହାଁନ୍ତି ।