ଓଡିଶା

odisha

ETV Bharat / sitara

ଠକେଇ ଅଭିଯୋଗରେ ଫଶିଲେ ଡିନୋ

ଧିରେ ଧିରେ ବଲିଉଡ ଷ୍ଟାର ଠକେଇ ଅଭିଯୋଗରେ ସାମିଲ ହୋଇଥିବା ଖବର ବର୍ତ୍ତମାନ ଜୋର ଧରିଛି । ଅଭିନେତ୍ରୀ ଅମୀଷାଙ୍କ ପରେ ଅଭିନେତା ଡିନୋଙ୍କୁ ସମନ ଜାରି କରିଛନ୍ତି ଈଡି ।

ଡିଜାଇନ ଫଟୋ

By

Published : Jul 1, 2019, 4:29 PM IST

Updated : Jul 1, 2019, 4:47 PM IST

ମୁମ୍ବାଇ: ଫିଲ୍ମ ଠାରୁ ଦୀର୍ଘସମୟରୁ ଦୂରେଇ ରହିଥିବା ଅଭନେତା ଡିନୋ ମୋରିୟାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଡିନୋ ଓ ଡିଜେ ଅକିଲଙ୍କ ଉପରେ ଠକେଇ ଅଭିଯୋଗ ଲାଗିଛି । ପୂର୍ବତନ ନିର୍ଦ୍ଦେଶାଳୟ (ଈଡି) ଦୁଇଜଣଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛନ୍ତି ।

ପ୍ରକାଶ ଥାଉକି ଦୁଇଜଣଙ୍କ ଉପରେ ଷ୍ଟର୍ଲିଂ ବାୟୋଟିକ ବ୍ୟାଙ୍କ ଲୋନର ମାମଲା ତାଙ୍କ ବିରୁଦ୍ଧରେ ଆସିଛି । ଈଡିର ଅଧିକାରୀ ଦୁଇଜଣଙ୍କୁ ସମନ ପଠାଯାଇଥିବାର ସ୍ପଷ୍ଟ କରିଛନ୍ତି ।

ଷ୍ଟର୍ଲିଂ ବାୟୋଟିକ ଲିମିଟେଡ, ସନ୍ଦେସରା ଗ୍ରୁପ ଏବଂ ଏହାର ପ୍ରମୋଟର ନିତିନ ସନ୍ଦେସରା, ଚେତନ ସନ୍ଦେସରା, ଦିପ୍ତି ସନ୍ଦେସରା ବ୍ୟାଙ୍କ ଠାରୁ ପାଖାପାଖି 14 ହଜାର କୋଟି ଋଣ ନେଇଥିଲେ । ଏହାସହ ଈଡି ପକ୍ଷରୁ କୁହାଯାଇଛି ଯେ ଡିନୋ ଓ ଅକିଲଙ୍କୁ ଗୁଜରାଟ ସ୍ଥିତ ଫାର୍ମାସ୍ୟୁଟିକଲ ଗ୍ରୁପ ତରଫରୁ କିଛି ଟଙ୍କା ଦିଆଯାଇଥିଲା । ଯାହାର ଅଭିଯୋଗ ତାଙ୍କ ଉପରେ ଲାଗିଛି ।

ପ୍ରକାଶ ଥାଉକି ଡିନୋ 1999ରେ ଆସିଥିବା ଫିଲ୍ମ 'ପ୍ୟାର ମେଁ କଭି କଭି' ଜରିଆରେ ଡେବ୍ୟୁ କରିଥିଲେ । ବିପାଶା ବାସୁଙ୍କ ସହ ଆସିଥିବା ହରର ଫିଲ୍ମ 'ରାଜ' ପରେ ହିଟ ହୋଇଥିଲେ ଡିନୋ ।

Last Updated : Jul 1, 2019, 4:47 PM IST

For All Latest Updates

ABOUT THE AUTHOR

...view details