ଓଡିଶା

odisha

ETV Bharat / sitara

ବେଷ୍ଟଫ୍ରେଣ୍ଡକୁ ସୁହାନାଙ୍କ ନିଆରା ବର୍ଥଡେ ୱିଶ୍‌ - ବେଷ୍ଟଫ୍ରେଣ୍ଡ ଅନନ୍ୟାଙ୍କୁ ବର୍ଥଡେ ଓ୍ବିଶ କଲେ ସୁହାନା

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜି ନିଜର 22 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅନନ୍ୟାଙ୍କ ବେଷ୍ଟଫ୍ରେଣ୍ଡ ସୁହାନା ଖାନ ମଧ୍ୟ ତାଙ୍କୁ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

suhana khan shares goofiest video ananya panday birthday
ବେଷ୍ଟଫ୍ରେଣ୍ଡ ଅନନ୍ୟାଙ୍କୁ ବର୍ଥଡେ ଓ୍ବିଶ କଲେ ସୁହାନା

By

Published : Oct 30, 2020, 4:40 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜି ନିଜର 22 ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତ୍ରୀଙ୍କ ଏହି ବିଶେଷ ଦିନରେ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ଏବଂ ବନ୍ଧୁମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ଏହି ଅବସରରେ ଅନନ୍ୟାଙ୍କ ବେଷ୍ଟଫ୍ରେଣ୍ଡ ତଥା ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ ତାଙ୍କୁ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।

ସୁହାନା ଅନନ୍ୟାଙ୍କ ସହ ଏକ ସୁନ୍ଦର ଭିଡିଓ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଏହି ଭିଡିଓରେ ଶନୟା କପୁର ଏବଂ ଅବରାମ ଖାନ ମଧ୍ୟ ସେମାନଙ୍କ ସହ ନଜର ଆସିଛନ୍ତି ।

ଭିଡିଓରେ ସୁହାନା ଅନନ୍ୟା ଏବଂ ଅନ୍ୟମାନଙ୍କ ସହ ଏକ ପ୍ରଶ୍ନଉତ୍ତର ଗେମ ଖେଳୁଛନ୍ତି । ବର୍ତ୍ତମାନ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି ।

ଏହି ଗେମରେ ସେମାନଙ୍କୁ ପଚରାଯାଏ ଯେ, ଯଦି ତୁମକୁ ଜୀବନରେ କେବେ ରିଜେକ୍ଟ କରାଯାଇଛି, ତେବେ ସେମାନଙ୍କ ଆଙ୍ଗୁଠିକୁ ତଳକୁ କରିବାକୁ ପଡ଼ିବ । ପ୍ରଶ୍ନ ଶୁଣି ସୁହାନା, ଶନୟା ଏବଂ ଅବରାମ ଆଙ୍ଗୁଠିକୁ ତଳକୁ ନେଇଥିଲେ ଏବଂ ଅନନ୍ୟା ହସିଥିଲେ ।

ଏହାକୁ ଦୃଷ୍ଟିରେ ରଖି ସୁହାନା କ୍ୟାପସନରେ ଲେଖିଛନ୍ତି, "ଏପରିକି ସାତ ବର୍ଷର ଶିଶୁକୁ ମଧ୍ୟ ରିଜେକ୍ଟ କରାଯାଇଛି, କିନ୍ତୁ 22 ବର୍ଷର ଅନନ୍ୟାଙ୍କୁ ରିଜେକ୍ଟ କରାଯାଇ ନାହିଁ । ଦୟାକରି ଆମକୁ ଏହାର ପ୍ରଣାଳୀ ଶିଖାନ୍ତୁ, ଅନନ୍ୟା ପାଣ୍ଡେ "।

ଭିଡିଓ ବ୍ୟତୀତ ସୁହାନା ଅନନ୍ୟାଙ୍କ ସହ ତାଙ୍କର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋରେ ସେ, ଶନୟା କପୁର ଏବଂ ଅନନ୍ୟା ଏକ ପାର୍ଟୀରେ ଏକାଠି ନଜର ଆସିଛନ୍ତି ।

ପ୍ରକାଶ ଥାଉ ଯେ,ଅନନ୍ୟା ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍ ଦ ଇୟର -2' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ବହୁ ଫିଲ୍ମରେ କାମ କରି ବହୁ ପ୍ରଂଶସକମାନଙ୍କ ହୃଦୟ ଜିତିଛନ୍ତି ।

ଆଗାମୀ ସମୟରେ ଅନନ୍ୟା ଶକୁନ୍ ବତ୍ରାଙ୍କ ଫିଲ୍ମରେ ନଜର ଆସିବେ ।

ABOUT THE AUTHOR

...view details