ଓଡିଶା

odisha

ETV Bharat / sitara

ବେଷ୍ଟଫ୍ରେଣ୍ଡ ସୁହାନାଙ୍କ ଫଟୋରେ କମେଣ୍ଟ କରି ଚର୍ଚ୍ଚାରେ ଅନନ୍ୟା - ବେଷ୍ଟଫ୍ରେଣ୍ଡ ସୁହାନାଙ୍କ ଫଟୋରେ କମେଣ୍ଟ

ଶାହାରୁଖ ଖାନଙ୍କ ଝିଅ ସୁହାନା ପୁଣି ଥରେ ତାଙ୍କ ଗ୍ଲାମରସ ଫଟୋକୁ ନେଇ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

Suhana Khan looks stunning on night out, BFF Ananya has this to say
ବେଷ୍ଟଫ୍ରେଣ୍ଡ ସୁହାନାଙ୍କ ଫଟୋରେ କମେଣ୍ଟ କରି ଚର୍ଚ୍ଚାରେ ଅନନ୍ୟା

By

Published : Oct 25, 2020, 9:15 PM IST

ମୁମ୍ବାଇ: ବଲିଉଡ କିଙ୍ଗଖାନ ଶାହାରୁଖଙ୍କ ଝିଅ ସୁହାନା ଖାନ ଷ୍ଟାର କିଡ୍ସମାନଙ୍କ ଆଲୋଚନାରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ସର୍ବଦା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି । ସେ ଅନେକ ସମୟରେ ନିଜର ଚମତ୍କାର ଫଟୋ ସେୟାର କରିଥାନ୍ତି ।

ବର୍ତ୍ତମାନ ପୁଣି ଥରେ ସୁହାନା ତାଙ୍କ ଗ୍ଲାମରସ ଫଟୋକୁ ନେଇ ଚର୍ଚ୍ଚାରେ । ନିକଟରେ, ସୁହାନା ତାଙ୍କର ଏକ ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଫଟୋରେ ସୁହାନା ଅଲିଭ୍ ଗ୍ରୀନ୍ ବଡିକନ୍ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଛି । ସେୟାର ହୋଇଥିବା ଫଟୋରେ ସୁହାନା ହଟ ଅନ୍ଦାଜ ନଜର ଆସିଛନ୍ତି ।

ଏହାର କ୍ୟାପସନରେ ସୁହାନା ଲେଖିଛନ୍ତି, ବାଏ,ବାଥରୁମ ଆଡକୁ ଯାଉଛି ।

ସୁହାନାଙ୍କ ଏହି ଫଟୋକୁ ତାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବହୁତ ପସନ୍ଦ କରି ମନ୍ତବ୍ୟ ଦେଇଛନ୍ତି, 'ତୁମେ ସବୁକିଛି' ।

ଅନନ୍ୟାଙ୍କ ମନ୍ତବ୍ୟ ଉପରେ ସୁହାନା ଉତ୍ତରରେ ଲେଖିଛନ୍ତି, 'ମିସ୍ ୟୁ' ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ସୁହାନା ତାଙ୍କ ପରିବାର ସହିତ ଦୁବାଇରେ ଅଛନ୍ତି । ସେ ପ୍ରାୟତଃ ପିତା ଶାହରୁଖ ଖାନ ଏବଂ ଭାଇ ଆର୍ୟନଙ୍କ ସହ ଆଇପିଏଲ ମ୍ୟାଚ୍ ଦେଖିବାକୁ ଯାଆନ୍ତି ।

ABOUT THE AUTHOR

...view details