ଓଡିଶା

odisha

By

Published : Feb 23, 2022, 1:37 PM IST

ETV Bharat / sitara

ବିଗ ବିଙ୍କ ନାତି ସହ ନଜର ଆସିଲେ କିଙ୍ଗ ଖାନଙ୍କ ଲାଡଲି

ବଲିଉଡ କିଙ୍ଗ୍‌ ଶାହାରୁଖ ଖାନଙ୍କ ଲାଡଲି ଝିଅ ସୁହାନା ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ଗତକାଲି ରାତିରେ ସୁହାନା ଖାନ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ମୁମ୍ବାଇରେ ନଜର ଆସିଥିଲେ। ସୋସିଆଲ ମିଡିଆରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ଅମିତାଭ ବଚ୍ଚନଙ୍କ ନାତି ସହ ନଜର ଆସିଲେ ସୁହାନା ଖାନ
ଅମିତାଭ ବଚ୍ଚନଙ୍କ ନାତି ସହ ନଜର ଆସିଲେ ସୁହାନା ଖାନ

ହାଇଦ୍ରାବାଦ:ବଲିଉଡ କିଙ୍ଗ୍‌ ଶାହାରୁଖ ଖାନଙ୍କ ଲାଡଲି ଝିଅ ସୁହାନା ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି । ନିକଟରେ ସୁହାନା ଭାଇ ଆର୍ଯ୍ୟନ୍ ଖାନଙ୍କ ସହ ଆଇପିଏଲ୍ ନିଲାମରେ 2022ରେ ନଜର ଆସିଥିଲେ । ଗତକାଲି ରାତିରେ ସୁହାନା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ମୁମ୍ବାଇରେ ନଜର ଆସିଥିଲେ । ସୋସିଆଲ ମିଡିଆରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅମିତାଭ ବଚ୍ଚନଙ୍କ ନାତି ସହ ନଜର ଆସିଲେ ସୁହାନା ଖାନ

ଗତକିଛି ଦିନ ତଳେ ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତରଙ୍କ ଭଉଣୀ ଜୋୟା ଅଖତର ମଧ୍ୟ ଏକାଠି ଦେଖାଦେଇଥିଲେ । ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ସୁହାନା ଏବଂ ଅଗସ୍ତ୍ୟ ଖୁବ୍ ଶୀଘ୍ର ସେମାନଙ୍କର ବଲିଉଡରେ ଡେବ୍ୟୁ କରିବେ ।

ଅମିତାଭ ବଚ୍ଚନଙ୍କ ନାତି ସହ ନଜର ଆସିଲେ ସୁହାନା ଖାନ

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ସୁହାନା ଖାନ ଏବଂ ଅଗସ୍ତ୍ୟ ଏକ କାରରେ ବସିଥିବାର ନଜର ଆସିଛନ୍ତି । ଅଗସ୍ତ୍ୟ ଏବଂ ସୁହାନା ଖାନଙ୍କ ବିଷୟରେ କୁହାଯାଉଛି ଯେ ଏହି ଯୋଡି ଜୋୟା ଅଖତରଙ୍କ ଫିଲ୍ମରେ ଦେଖିବାକୁ ମିଳିବ । ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ବର୍ତ୍ତମାନ ସେ ଫିଲ୍ମରେ ଅଭିନୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆଉ ଅପେକ୍ଷା କରିହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details