ଓଡିଶା

odisha

ETV Bharat / sitara

ସଙ୍କେତଙ୍କ ଜୀବନସାଥୀ ସାଜିବେ ସୁଗନ୍ଧା, ଏପ୍ରିଲ 26ରେ ହେବ ବିବାହ - Sugandha Mishra and Sanket Bhosle will marry

ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ସଂକେତ ଭୋସଲେ ସହିତ ନିର୍ବନ୍ଧ କରିଛନ୍ତି। ଏପ୍ରିଲ 26ରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ। କୋରୋନା ପାଇଁ ଉଭୟଙ୍କ ବିବାହ ଖୁବ୍ କମ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ସମାପ୍ତ ହେବ। ଅଧିକ ପଢନ୍ତୁ...

ସଙ୍କେତଙ୍କୁ ସୁଗନ୍ଧାଙ୍କ ସଙ୍କେତ, ଏପ୍ରିଲ 26ରେ ଶୁଭ ବିବାହ
ସଙ୍କେତଙ୍କୁ ସୁଗନ୍ଧାଙ୍କ ସଙ୍କେତ, ଏପ୍ରିଲ 26ରେ ଶୁଭ ବିବାହ

By

Published : Apr 18, 2021, 1:18 PM IST

ମୁମ୍ବାଇ: ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଟେଲି ପରଦାର ଏହି ଜଣାଶୁଣା ଚେହେରାଙ୍କ ନିର୍ବନ୍ଧ ଶେଷ ହୋଇଛି। ଏବେ ଅପେକ୍ଷା ଶୁଭ ମୁହୁର୍ତ୍ତର। ତେବେ ସୁନ୍ଦରୀ ସୁଗନ୍ଧା ସଙ୍କେତ ଭୋସଲେଙ୍କ ସହ ମୁଦି ଅଦଳବଦଳ କରିଛନ୍ତି। ଆଉ ମାତ୍ର କିଛିଦିନର ଅପେକ୍ଷା, ଏପ୍ରିଲ 26ରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ। କୋରୋନା ପାଇଁ ଉଭୟଙ୍କ ବିବାହ ଖୁବ୍ କମ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ସମାପ୍ତ ହେବ।

ସଙ୍କେତଙ୍କୁ ସୁଗନ୍ଧାଙ୍କ ସଙ୍କେତ, ଏପ୍ରିଲ 26ରେ ଶୁଭ ବିବାହ

ଖବର ଥାଉକି, ସୁଗନ୍ଧା ଓ ସଙ୍କେତ ଗତ କିଛିଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ। ଯେତେବେଳେ ସେମାନଙ୍କ ସମ୍ପର୍କ ବିଷୟରେ ପଚରାଗଲା ସେତେବେଳେ ସୁଗନ୍ଧ ମିଶ୍ର ଏହି ଖବରକୁ ଅସ୍ୱୀକାର କରି ସଙ୍କେତଙ୍କୁ ତାଙ୍କର "ଭଲ ବନ୍ଧୁ" ବୋଲି କହିଥିଲେ। ଏବେ ଦୁହେଁ ବର୍ତ୍ତମାନ ତାଙ୍କର ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି। ଏନେଇ ରୋମାଣ୍ଟିକ ଫଟୋ ସେୟାର କରି ସୁଗନ୍ଧା ନିଜ ଅଫିସିଆଲ ସାଇଟରେ ଘୋଷଣା କରିଛନ୍ତି।

ସୁଗନ୍ଧା ସଂକେତଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରି ଲେଖିଛନ୍ତି କି, ‘ ସବୁଦିନ ପାଇଁ #gettingmarried”। ସୁଗନ୍ଧାଙ୍କ ଏହି ଫଟୋରେ ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ସେଲିବ୍ରିଟ୍ ଶୁଭେଚ୍ଛା ଜଣାଇଛନ୍ତି।

‘ଦ କପିଲ ଶର୍ମା ଶୋ’ରେ ସଂକେତ ସଞ୍ଜୟ ଦତ୍ତ ଓ ସଲମାନଙ୍କ ଭଲ ମିମିକ୍ରି ସହ ଅଭିନୟ କରନ୍ତି। ହେଲେ ସୁଗନ୍ଧା ମିଶ୍ର ଅନେକ ଚରିତ୍ରରେ ଅଭିନୟ କରନ୍ତି। କପିଲଙ୍କ ଶୋ ବ୍ୟତୀତ ସଙ୍କେତ 'ବାବା କି ଚୌକି'ର ଉପସ୍ଥାପକ ରହିଛନ୍ତି ଏବଂ ସୁନୀଲ ଗ୍ରୋଭରଙ୍କ ସୋ' ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିଷ୍ଟାନ୍'ରେ ମଧ୍ୟ ଅଭିନୟ କରିଛନ୍ତି।

ତେବେ ସୁଗନ୍ଧା କମେଡି କରିବା ବ୍ୟତିତ ଜଣେ ଭଲ ସିଙ୍ଗର ଓ ଟିଭି ଉପସ୍ଥାପିକା। ସେ ଗାଇଥିବା ଗୀତ ଗୁଡିକ ହେଲା ଜୋର ନାଚେ, ଇସକୀ କି ଦାଫଲି ବାଜେ, ତୁ ହସ ଲେ, ଉସ ଲଡକେ ସେ ମହବତ୍ ହେ, ଆଖିଆଁ, ଚୋରି ଚୋରି, କିନା ସୋନା, ଚାଲା ଓ ଲୋଏ ଲୋଏ। ଏହାସହ ଭଏସ ଇଣ୍ଡିଆ ସିଜନ 2 ଓ ତାରା ଜାମିନ୍ ପର ସୋ ର ଉପସ୍ଥାପିକା ରହିଛନ୍ତି ସୁଗନ୍ଧା। ଡୋଣ୍ଟ ଓରି ଚାଚୁ, କମେଡି ସର୍କସ କେ ତାନସେନ, ବାଲ୍ ଭିର୍ ଓ କାନପୁର ୱାଲେ ଖୁରାନସ ଭଳି ଟିଭି ସିରିଜରେ ଅଭିନୟ କରିଛନ୍ତି।

ABOUT THE AUTHOR

...view details