ମୁମ୍ବାଇ: ବିଶ୍ବବ୍ୟାପି କୋରୋନା ତାଣ୍ଡବ । ଅନେକ ଲୋକ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଥିବା ବେଳେ ଆଉ କିଛି ଲୋକ ଲକଡାଉନ ପାଇଁ ଭୋକ ଉପାସରେ ରାସ୍ତାରେ ପଡି ରହିଛନ୍ତି । ଏହି ସଙ୍କଟ ସମୟରେ ଯାହାଦ୍ବାରା ଯାହା ସମ୍ଭବ ତାହା କରିବାରେ ଲାଗିଛନ୍ତି ଦେଶବାସୀ । ସେଲିବ୍ରିଟି ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ଅନେକ ସେଲିବ୍ରିଟି ସରକାରଙ୍କୁ କୋରୋନା ବିରୋଧ ଲଢେଇ ପାଇଁ ଦାନ କରି ସାରିଲେଣି । ଇତିମଧ୍ୟରେ ଫେମସ ନିର୍ମାତା ସୁଭାଷ ଘାଇ ଏକ ପରାର୍ମଶ ସମସ୍ତଙ୍କୁ ଦେଇଛନ୍ତି । ସେ ଦେଶର ମନ୍ଦିରରୁ 90 ପ୍ରତିଶତ ସୁନା ଦାନ କରିବାକୁ ଅପିଲ କରିଛନ୍ତି ।
କୋରୋନା ସଙ୍କଟ: ସୁନା ଦାନ କରିବାକୁ ସୁଭାଷଙ୍କ ଅପିଲ - ଟ୍ବିଟକୁ ନେଇ ଚର୍ଚ୍ଚାରେ ନିର୍ମାତା ସୁଭାଷ ଘାଇ
ପୁଣି ଥରେ ଟ୍ବିଟକୁ ନେଇ ଚର୍ଚ୍ଚାରେ ନିର୍ମାତା ସୁଭାଷ ଘାଇ । ଏଥର ସେ ଦେଶର ଧାର୍ମିକ ଟ୍ରଷ୍ଟକୁ 90 ପ୍ରତିଶତ ସୁନା ଦେଶର ହିତ ପାଇଁ ଦାନ କରିବାକୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...
ସେ ଟ୍ବିଟ ଜରିଆରେ ଏହି ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ‘ଏହି ସଙ୍କଟ ସମୟରେ ମନ୍ଦିର ନିଜର ସୁନା କାହିଁକି ଦାନ କରୁନାହିଁ । କଣ ଭଗବାନ ମନ୍ଦିର ଯିବାର ଏହା ସଠିକ୍ ସମୟ ନୁହେଁ । ଯେତେ ଧନୀ ମନ୍ଦିର ଭଣ୍ଡାରରେ ସୁନା ଅଛି । ସେହି ମନ୍ଦିର ସଙ୍ଗଠନ ସାମ୍ନାକୁ ଆସି ନିଜର 90 ପ୍ରତିଶତ ସୁନା ଦାନ କରିବା କଥା । ଯାହାଦ୍ବାରା ସେହି ଗରିବ ମାନଙ୍କୁ ସାହାଯ୍ୟ ମିଳିବ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମନ୍ଦିରକୁ ଏହି ସମ୍ପତ୍ତି ଲୋକମାନେ ଦାନ ରୂପେ ଦେଇଛନ୍ତି । ଏବେ ଲୋକଙ୍କ ଆବଶ୍ୟକ ପୂରଣ କରିବା ମନ୍ଦିର ଟ୍ରଷ୍ଟିର କାମ।’
ପ୍ରକାଶ ଥାଉକି ଏହି ଟ୍ବିଟକୁ ସୁଭାଷ ପିଏମଓକୁ ମଧ୍ୟ ଟ୍ୟାଗ କରିଛନ୍ତି । ବର୍ତ୍ତମାନ ତାଙ୍କ ଟ୍ବିଟରରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ସୁଭାଷ ଏପରି ଟ୍ବିଟ କଂଗ୍ରେସ ନେତା ପୃଥ୍ବୀରାଜ ଚୌହ୍ବାନଙ୍କ ଏକ ଟ୍ବିଟ ପରେ ସାମ୍ନାକୁ ଆସିଛି । ଗତ 13 ତାରିଖରେ ପୃଥ୍ବୀରାଜ ଏକ ଟ୍ବିଟ ଜରିଆରେ ସରକାରଙ୍କୁ ଅପିଲ କରିଥିଲେ ଯେ ଦେଶର ଧାର୍ମିକ ଟ୍ରଷ୍ଟ ପାଖରେ ଥିବା ସୁନା ଦେଶବାସୀଙ୍କ ସୁରକ୍ଷାରେ ବ୍ୟବହାର କରାଯାଉ ।