ଓଡିଶା

odisha

By

Published : Apr 20, 2020, 12:58 PM IST

ETV Bharat / sitara

ଗୋଟିଏ ଫ୍ରେମରେ ନବେ ଦଶକର ସୁପରଷ୍ଟାର୍ସ

ସୋସିଆଲ ମିଡିଆରେ ଏକାଠି ହେଲେ ବିଶିଷ୍ଟ କଳାକାର। ଫଟୋ ସେୟାର କରି ଚର୍ଚ୍ଚାରେ ଫିଲ୍ମ ମେକର ସୁଭାଷ ଘାଇ।

subhash ghai
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଭାଷ ଘାଇ

ମୁମ୍ବାଇ: କୁହାଯାଏ ‘ଓଲ୍ଡ ଇଜ ଗୋଲ୍ଡ’। ଏହି କଥାକୁ ସତ ସାବ୍ୟସ୍ତ କରିଛନ୍ତି ବିଶିଷ୍ଟ ନିର୍ମାତା ସୁଭାଷ ଘାଇ। ଆଜି ସକାଳୁ ସକାଳୁ 90 ଦଶର ସୁପରଷ୍ଟାର୍ସଙ୍କ ଏକ ପୁରୁଣା ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି ସରପ୍ରାଇଜ। ଯେଉଁଥିରେ ସଲମାନ ଖାନ, ଆମୀର ଖାନ, ଗୋବିନ୍ଦା, ଜ୍ୟାକି ଶ୍ରଫ, ଅନିଲ କପୁର ଓ ସଚିନ ଏକାଠି ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ଫଟୋରେ ବେବି ସୋନମ ଓ ଛଟୋ ଟାଇଗର ଶ୍ରଫ ମଧ୍ୟ ଦେଖାଯାଉଛନ୍ତି।

ଫଟୋକୁ ସେୟାର କରି ସୁଭାଷ ଲେଖିଛନ୍ତି, ‘ପ୍ୟାର କି ଗଙ୍ଗା ବହେ 1991 । ଫଟୋଟି ମୋ ସଟ୍‌ ଫିଲ୍ମ ସୁଟିଂ ସମୟର। 90 ଦଶକର ସୁପରଷ୍ଟାର୍ସ ଏକାଠି । ଟାଇଗର- ସୋନମ, ଜ୍ୟାକି ଓ ଅନିଲଙ୍କ କୋଳରେ।’

ଫଟୋରେ ନଜର ଆସୁଥିବା ଷ୍ଟାର୍ସଙ୍କୁ ଏହି ଫଟୋଟି ସୁଭାଷ ଟ୍ୟାଗ ମଧ୍ୟ କରିଛନ୍ତି । ଫ୍ୟାନ୍ସଙ୍କୁ ମଧ୍ୟ ସୁପରଷ୍ଟାର୍ସଙ୍କ ଏହି ଏକତା ଖୁବ୍ ପସନ୍ଦ ଆସିଛି ।

ABOUT THE AUTHOR

...view details