ଓଡିଶା

odisha

ETV Bharat / sitara

63 ବର୍ଷରେ ନିଜକୁ ଏମିତି ଫିଟ୍ ରଖୁଛନ୍ତି ମିଷ୍ଟର ଝକାସ୍ - ଅନିଲ କପୁରଙ୍କ ଫିଟନେସ ରାଜ୍

ସୋସିଆଲ ମିଡିଆରେ ଭାଇରାଲ ହେଲା ଅନିଲ କପୁରଙ୍କ ଫିଟନେସ ରାଜ୍। ଏହାସହ ବାଣ୍ଟିଲେ କିଛି ସାନଦାର ଟିପ୍ସ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନିଲ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନିଲ କପୁର

By

Published : Apr 27, 2020, 3:31 PM IST

ମୁମ୍ବାଇ: ବି-ଟାଉନର ମିଷ୍ଟର ଝକାସ୍ ଅନିଲ କପୁରଙ୍କ ବୟସ ବଢିବା ସହ ସେ ସେତେ ହ୍ୟାଣ୍ଡସମ ହେବାରେ ଲାଗିଛନ୍ତି । 63 ବର୍ଷ ବୟସରେ ସେ ଆଜିର ଯୁବ କଳାକାରଙ୍କୁ ମାତ୍ ଦେଉଛନ୍ତି । ଏହା କହିବା ଭୁଲ ହେବ ନାହିଁ ଯେ ସେ ଏବେ ଫିଟନେସ ଆଇକନ ହୋଇସାରିଛନ୍ତି । ପ୍ରାୟ ସମସ୍ତେ ତାଙ୍କ ପରି ଫିଟନେସ ପାଇବାକୁ ଚାହୁଁଛନ୍ତି। ଆଉ ତାଙ୍କ ଫିଟନେସର ରାଜ୍ ଏବେ ସାମ୍ନାକୁ ଆସିଛି। ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳୁଛି।

ସେ ନିଜ ଇନଷ୍ଟାଗ୍ରାମରେ ୱାର୍କଆଉଟ କରୁଥିବାର କିଛି ଫଟୋ ସେୟାର କରିଛନ୍ତି । ଫଟୋ ସହ ସେ ଫିଟନେସ ଟିପ୍ସ ମଧ୍ୟ ଫ୍ୟାନ୍ସଙ୍କୁ ବାଣ୍ଟିଛନ୍ତି। ଆଉ ପୋଷ୍ଟରେ ଖୁଲାସା କରିଛନ୍ତି ଯେ ବିନା କୌଣସି ସପ୍ଲିମେଣ୍ଟରେ ଶରୀରକୁ ଫିଟ୍ ରଖାଯାଇପାରିବ।

ସେହିପରି ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଏହି ପୋଷ୍ଟର ଅର୍ଥ ଶୋ ଅଫ କରିବା ନୁହେଁ କିମ୍ବା ନିଜର ପ୍ରଶଂସା କରିବା ନୁହେଁ । ବରଂ ଆପଣଙ୍କୁ ଏକ ସାଧାରଣ ପରାର୍ମଶ ଦେବାକୁ ଚାହୁଁଛି। ବୟସର ଭିନ୍ନ ପ୍ରାନ୍ତରେ ସାନଦାର ପରିଣାମ ମଧ୍ୟ ଭିନ୍ନ ଉପାୟରେ ଖୋଜା ଯାଇପାରିବ। ଯଦି ଆପଣଙ୍କୁ ଲାଗୁଛି ଯେ ଏପରି ବଡି କରିବା ପାଇଁ ସପ୍ଲିମେଣ୍ଟସ ଉପରେ ଖୁବ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ମୋର ଉତ୍ତର ନାଁ । କାରଣ ଏହି ପ୍ରିକ୍ରିୟାରେ କୌଣସି ସପ୍ଲିମେଣ୍ଟ ନେଇନାହିଁ ମୁଁ।’ ଏହି ପରି କ୍ୟାପସନରେ ସେ ଅନେକ କଥା ସେୟାର କରିଛନ୍ତି।

ABOUT THE AUTHOR

...view details