ଓଡିଶା

odisha

ETV Bharat / sitara

ଜିନି ଅବତାରରେ ସ୍ମିଥ, ରିଲିଜ ହେଲା 'ଆଲାଦ୍ଦୀନ' ଟ୍ରେଲର

ଆମେରିକୀୟ ଅଭିନେତା ୱିଲ ସ୍ମିଥଙ୍କ ଚର୍ଚ୍ଚିତ ଫିଲ୍ମ 'ଆଲାଦ୍ଦୀନ'ର ଦ୍ବିତାୟ ଟ୍ରେଲର ରିଲିଜ ହୋଇଯାଇଛି । ଜିନି ଅବତାରରେ ନଜର ଆସିଛନ୍ତି ସ୍ମିଥ ।

By

Published : Mar 13, 2019, 2:58 PM IST

ନୂଆଦିଲ୍ଲୀ: ଗ୍ରୋମୀ ଆୱାର୍ଡସ ସମୟରେ ଡିଜନିର ବହୁଚର୍ଚ୍ଚିତ 'ଆଲାଦ୍ଦୀନ' ରିମେକର ଦ୍ବିତୀୟ ଟ୍ରେଲର ରିଲିଜ ହୋଇଯାଇଛି । ବହୁଅପେକ୍ଷିତ ଫିଲ୍ମର ଟ୍ରେଲର ଦେଖିବାକୁ ଦର୍ଶକ ଚାହିଁବସିଥିବା ବେଳେ ଆମେରିକୀୟ ଅଭିନେତା ୱିଲ ସ୍ମିଥଙ୍କ ଜିନି ଅବତାରର ଦେଖିବାକୁ ମିଳିଛି ।

ଆଲାଦ୍ଦୀନର 2 ମିନିଟ 14 ସେକେଣ୍ଡ ବିଶିଷ୍ଟ ଏହି ଦ୍ବିତୀୟ ଟ୍ରେଲର ଖୁବ୍ ଦମଦାର ହୋଇଛି । ଯେଉଁଥିରେ ଆକ୍ସନ ସିନ୍ସ, ଶାନଦାର ଭିଜୁଆଲ୍ସ, ୱିଲ ସ୍ମିଥଙ୍କ ଜବରଦସ୍ତ ଅବତାର, ଭଲ ଲୋକେସନ୍ସ ଏବଂ ମ୍ୟୁଜିକ ଦେଖିବାକୁ ମିଳିଛି । ଫିଲ୍ମର ସବୁଠାରୁ ଖାସ୍ କଥା ହେଲା କି ସ୍ମିଥ, ଜିନି ଅବତାରରେ ଦେଖାଯିବା । ଯାହା ଦର୍ଶକଙ୍କ ମନରେ ରୋମାଞ୍ଚକ ଭରି ଦେଇଛି ।

ପ୍ରକାଶ ଥାଉକି, ଏଯାବତ ସ୍ମିଥଙ୍କ ଫ୍ୟାନ୍ସ ତାଙ୍କୁ ଆକ୍ସନ, ଇମୋସନାଲ, କମେଡି ଫିଲ୍ମରେ ଦେଖିଆସୁଥିଲେ । କିନ୍ତୁ ଆଲାଦ୍ଦୀନରେ ପ୍ରଥମଥର ସେ ଭିନ୍ନ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଛନ୍ତି । ଯେଉଁଠାରେ ଦର୍ଶକଙ୍କ ତାଙ୍କୁ ବାସ୍ତବରେ ଜିନି ଭାବି ସାହାଯ୍ୟ ମାଗିବା ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ଟ୍ରେଲରରେ ଜ୍ୟାସ୍ମିନ, ଆଲାଦ୍ଦୀନ ଏବଂ ଯାଦୁଗର ଜଫରଙ୍କ ଲୁକ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମଟି ଏଣ୍ଟୋନୀ ଗାଲ୍ୟାଣ୍ଡର ଫ୍ୟାଣ୍ଟେସୀ କାହାଣୀ 'ଆଲାଦ୍ଦୀନ ଆଣ୍ଡ ଦ ମ୍ୟାଜିକ ଲ୍ୟାମ୍ପ' ଉପରେ ଆଧାରିତ ।
ଫିଲ୍ମଟି ମେ 24ରେ ଆମେରିକାରେ ରିଲିଜ ହେବାକୁ ଯାଉଛି । ଏହାର ଦୁଇ, ତିନି ଦିନ ମଧ୍ୟରେ ଫିଲ୍ମଟି ଭାରତ ସମେତ ଅନ୍ୟ ଦେଶରେ ରିଲିଜ କରାଯିବ ।


For All Latest Updates

ABOUT THE AUTHOR

...view details