ଓଡିଶା

odisha

ETV Bharat / sitara

ବିମାନରେ ବସିବା ପୂର୍ବରୁ ଅମିଶାଙ୍କୁ ସପ୍ରାଇଜ ଦେଲେ ଷ୍ଟାଫ, ଦେଖନ୍ତୁ ଭିଡିଓ - staff-gave-surprise-to-ameesha

ନିକଟରେ ଅମିଶାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅମିଶା ବିମାନକୁ ଯିବା ପୂର୍ବରୁ ସମସ୍ତ ବିମାନ କର୍ମଚାରୀମାନେ 'କହୋ ନା ପ୍ୟାର ହେ' ଗୀତରେ ଡ୍ୟାନ୍ସ କରି ତାଙ୍କୁ ଏକ ସପ୍ରାଇଜ ଦେଇଥିଲେ । ଅଧିକ ପଢନ୍ତୁ...

staff-gave-surprise-to-ameesha-patel-before-boarding-the-flight-watch-video
ଫ୍ଲାଇଟ୍ ରେ ବସିବା ପୂର୍ବରୁ ଅମିଶାଙ୍କୁ ସପ୍ରାଇଜ ଦେଲେ ଷ୍ଟାଫ, ଦେଖନ୍ତୁ ଭିଡିଓ

By

Published : Dec 26, 2020, 6:55 AM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ତାଙ୍କର କ୍ୟାରିୟର ଫିଲ୍ମ 'କହୋ ନା ପ୍ୟାର ହେ' ରୁ ଆରମ୍ଭ କରିଥିଲେ । ଫିଲ୍ମ 'କହୋ ନା ପ୍ୟାର ହେ'ରେ ଅମିଶା ହ୍ୟାଣ୍ତସମ ଆକ୍ଟର ହ୍ରିତିକ ରୋଶନଙ୍କ ସହ ନଜର ଆସିଥିଲେ ।

ଏହି ଚଳଚ୍ଚିତ୍ରରେ ଅମିଶାଙ୍କ ଅଭିନୟକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ ଯାହାଦ୍ବାରା ସେ ରାତାରାତି ଷ୍ଟାର ସାଜିଥିଲେ ​​।

ନିକଟରେ ଅମିଶାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓରେ ଆମିଶାଙ୍କ ଫିଲ୍ମର ଗୀତ ମଧ୍ୟ ଶୁଣିବାକୁ ମିଳୁଛି ।

ବାସ୍ତବରେ, ନିକଟରେ ଅମିଶା ବିମାନ ଯୋଗେ ଯାତ୍ରା କରିଥିବାର ଜଣାପଡିଥିଲା । କିନ୍ତୁ ସେ ବିମାନକୁ ଯିବା ପୂର୍ବରୁ ସମସ୍ତ ବିମାନ କର୍ମଚାରୀମାନେ 'କହୋ ନା ପ୍ୟାର ହେ' ଗୀତରେ ଡ୍ୟାନ୍ସ କରି ତାଙ୍କୁ ଏକ ସପ୍ରାଇଜ ଦେଇଥିଲେ । ଏହା ଦେଖି ଅମିଶା ବହୁତ ଇମୋସନାଲ ହୋଇଯାଇଥିଲେ ଏବଂ ତାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଥିଲା । ଯାହାପରେ ଅମିଶା ବିମାନ କର୍ମଚାରୀମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ପ୍ରକାଶ ଥାଉ ଯେ, ଆମିଶାଙ୍କ ଫିଲ୍ମ 'କହୋ ନା ପ୍ୟାର ହେ' ବକ୍ସ ଅଫିସରେ ଏକ ଜବରଦସ୍ତ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । କେବଳ ଏତିକି ନୁହେଁ ଆଜି ମଧ୍ୟ ଏହି ଚଳଚ୍ଚିତ୍ର ଦେଖିବାକୁ ଏବଂ ଏହାର ଗୀତ ଶୁଣିବାକୁ ଫ୍ୟାନ୍ସମାନେ ବ୍ୟାକୁଳ।

For All Latest Updates

ABOUT THE AUTHOR

...view details