ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଟ୍ବିଷ୍ଟ ପରେ ଟ୍ବିଷ୍ଟ। ଘଟଣା ଦିନକୁ ଦିନ ଭିନ୍ନ ମୋଡ ଦେଇ ଗତି କରୁଥିବା ବେଳେ ତଦନ୍ତକୁ ଆଗେଇ ନେଇଛି ସିବିଆଇ। ରିୟାଙ୍କ ଡ୍ରଗ୍ସ ଲିଙ୍କ ବାହାରକୁ ଆସିବା ପରେ ଏହି ପ୍ରକ୍ରିୟାରେ ଏବେ ଏନସିବି( ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) ମଧ୍ୟ ସାମିଲ ହୋଇଛି।
ସଦ୍ୟତମ ସୂଚନା ଅନୁଯାୟୀ ସୁଶାନ୍ତଙ୍କ ରିଉମର ଗାର୍ଲଫ୍ରେଣ୍ଡ ରିୟାଙ୍କ ବାସଭବନରେ ଏବେ ପହଁଞ୍ଚିଯାଇଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ର ପାଞ୍ଚ ଜଣିଆ ଟିମ୍। ଏହାସହ ଡ୍ରଗ୍ସ ଆଙ୍ଗେଲକୁ ସାମ୍ନାକୁ ଆଣିବା ପାଇଁ ଛାନଭିନ୍ ଓ ଚଢାଉ ଜାରି ରହିଛି। ସେହିପରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀମାନେ ସାମୁଏଲ ମିରାଣ୍ଡାଙ୍କ ଘରେ ମଧ୍ୟ ପହଞ୍ଚିଛନ୍ତି।
ଏହି ଟିମରେ ଜଣେ ମହିଳା ଅଧିକାରୀଙ୍କ ସମେତ ଏନସିବି ସ୍ଲୁଥ୍ ଶୁକ୍ରବାର ସକାଳ 6:30 ରେ ରିୟାଙ୍କ ବାସଭବନରେ ପହଞ୍ଚିଛନ୍ତି। ସୂତ୍ରରୁ ପ୍ରକାଶ ଯେ ସୁଶାନ୍ତ ସିଂ ରାଜପୁତଙ୍କ ଘନିଷ୍ଠ ସହଯୋଗୀ ସାମୁଏଲ ମିରାଣ୍ଡାଙ୍କ ଘର ସମେତ ମୁମ୍ବାଇର ଅନ୍ୟାନ୍ୟ ସ୍ଥାନରେ ଏନସିବି ମଧ୍ୟ ଚଢାଉ ଜାରି ରହିଛି। ସୂଚନାନୁସାରେ, ରିୟାଙ୍କ ଘରେ ମୁମ୍ବାଇ ପୋଲିସ ମଧ୍ୟ ଉପସ୍ଥିତ ଅଛି ଯେଉଁଠାରେ ବ୍ୟାପକ ଖୋଜା ଖୋଜି ଚାଲିଛି।
ଏନସିବି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ମନି ଲଣ୍ଡରିଂ ଅଭିଯୋଗ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଉଥିବା 34 ବର୍ଷୀୟ ଅଭିନେତାଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଖୋଳତାଡ ଓ ପଚରାଉଚରା ଜାରି ରହିଛି।