ଓଡିଶା

odisha

ETV Bharat / sitara

ଅଡୁଆରେ ରାଜାମୌଲିଙ୍କ ‘RRR’, ଧମକ ଦେଲେ ବିଜେପି ନେତା

ଫିଲ୍ମ ‘RRR’ରେ ଆଦିବାସୀ ନେତା କୋମରାମ ଭୀମଙ୍କ ସହ ଦୁର୍ବ୍ୟବହାରକୁ ନେଇ ରାଗିଲେ ବିଜେପି ନେତା । ଫିଲ୍ମ ସିନକୁ ନେଇ ବିବାଦ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜୁନିୟର ଏନଟିଆର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜୁନିୟର ଏନଟିଆର

By

Published : Nov 3, 2020, 8:59 AM IST

ମୁମ୍ବାଇ: ସୁପରହିଟ୍ ଫିଲ୍ମ ‘ବାହୁବଳୀ’ ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଅପକମିଂ ଫିଲ୍ମ ‘ଟ୍ରିପଲ ଆର’କୁ ନେଇ ଏକ୍ସାଇଟେଡ ଦର୍ଶକ । ଏହି ମଲ୍ଟି ଷ୍ଟାରର ଫିଲ୍ମକୁ ପରଦାରେ ଦେଖିବାକୁ କେବେଠୁ ଅନାଇ ବସିଛନ୍ତି ସମସ୍ତେ । ହେଲେ ଇତିମଧ୍ୟରେ ଫିଲ୍ମକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ଯାହାକୁ ନେଇ ଚିନ୍ତାରେ ମେକର୍ସ । କିଛି ଦିନ ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ରିଲିଜ ହୋଇଥିଲା । ଯେଉଁଥିରେ ଲୋକପ୍ରିୟ ଅଭିନେତା ଜୁନିୟର ଏନଟିଆରଙ୍କ ଏକ ସିନ ଥିଲା, ଯାହାକୁ ନେଇ କିଛି ଲୋକ ଆପତ୍ତି ପ୍ରକାଶ କରିଛନ୍ତି । ଖାଲି ଏତିକି ନୁହେଁ ଏହି ସିନ ପାଇଁ ରାଜାମୌଲିଙ୍କୁ ବିଜେପି ନେତା ପକ୍ଷରୁ ଧମକ ମଧ୍ୟ ମିଳିଛି । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

କଥାଟି ହେଲା ଯେ ଫିଲ୍ମରେ ଜୁନିୟର ଏନଟିଆର ସ୍ବାଧୀନ ସଂଗ୍ରାମୀ କୋମରାମ ଭୀମଙ୍କ ଭୂମକାରେ ଅଭିନୟ କରୁଛନ୍ତି । ଏହାର ଫାଷ୍ଟଲୁକ ରିଲିଜ ହେବା ମାତ୍ରେ ତାଙ୍କ ଏହି ଲୁକ ଉପରେ ବିବାଦ ସୃଷ୍ଟି ହୋଇଛି । ହେଲେ ବିବାଦ କମିବା ପରିବର୍ତ୍ତେ ଆହୁରି ବଢିଚାଲିଛି । ବିଜେପି ସାଂସଦ ସୋୟାମ ବାପୁ ଓ ବନ୍ଦୀ ସଞ୍ଜୟ କୁମାର ଏହି ସିନ ଉପରେ ଆପତ୍ତି ପ୍ରକାଶ କରି ରାଜାମୌଲିଙ୍କୁ ଧମକ ଦେଇଛନ୍ତି ।

ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବନ୍ଦୀ କହିଛନ୍ତି, ‘ରାଜାମୌଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ଫିଲ୍ରେ କୋମରାମ ଭୀମଙ୍କ ଭୂମିକାରେ ଅଭିନୟ କରୁଥିବା ଜୁନିୟର ଏନଟିଆରଙ୍କୁ ମୁସଲିମ ଟୋପି ପିନ୍ଧାଇଛନ୍ତି । ଯାହାକୁ ଆଦୌ ସ୍ବୀକାର କରାଯିବ ନାହିଁ ।’ ଏହାସହ ସେ ଫିଲ୍ମ ପାଇଁ ଅଡୁଆ ସୃଷ୍ଟି କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।

ଏହା ବ୍ୟତୀତ ଆଦିବାସୀ ସାଂସଦ ସୋୟାମ ବାପୁ ମଧ୍ୟ କହିଛନ୍ତି ଯେ ଆଦିବାସୀ ନେତା କୋମାରାମ ଭୀମାଙ୍କୁ ମୁସଲିମ ଲୁକରେ ଦେଖାଇବା ଭୁଲ ଅଟେ। ଯଦି ରାଜାମୌଲି ଫିଲ୍ମରେ ଜୁନିଅର ଏନଟିଆରଙ୍କ ଲୁକ୍ ପରିବର୍ତ୍ତନ ନକରନ୍ତି ତେବେ ସେ ସିନେମାହଲ ଜାଳିବାକୁ ଦ୍ବନ୍ଦ କରିବେ ନାହିଁ।

ପ୍ରକାଶ ଥାଉକି ‘ଟ୍ରିପଲ ଆର’ ଏକ ଅଖିଳ ଭାରତୀୟ ଫିଲ୍ମ ରୂପେ ନିର୍ମାଣ କରାଯାଉଛି । ଫିଲ୍ମରେ ସାଉଥର ଦୁଇ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର ବ୍ୟତୀତ ବଲିଉଡର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ସମସ୍ତେ ।

ABOUT THE AUTHOR

...view details