ଓଡିଶା

odisha

ETV Bharat / sitara

କିଙ୍ଗଖାନଙ୍କ ଅଫିସରେ ଖୋଲିଲା 15 ଶଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟ - ନିଜ ଆଫିସରେ 15 ଶଯ୍ୟା ବିଶିଷ୍ଟ ଆଇସିୟୁ କଲେ

ଶାହରୁଖ- ଗୌରୀ ସେମାନଙ୍କର ଚାରି ମହଲା ବିଶିଷ୍ଟ ପରସନାଲ ଅଫିସ୍ ର ସ୍ପେସକୁ (ବିଏମସି) କୁ ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ପାଇଁ କ୍ବାରେଣ୍ଟାଇନର ସୁବିଧା ଭାବରେ ବ୍ୟବହାର କରିବାକୁ ପ୍ରଦାନ କରିଥିଲେ । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ପାଇଁ ଏହି ସୁବିଧା 15 ଶଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟ୍ କୁ ବଢାଇ ଦିଆଯାଇଛି । ଅଦିକ ପଢନ୍ତୁ...

SRK's Khar office gets upgraded to 15-bed ICU facility
ନିଜ ଆଫିସରେ 15 ଶଯ୍ୟା ବିଶିଷ୍ଟ ଆଇସିୟୁ କଲେ କିଙ୍ଗ ଖାନ

By

Published : Aug 9, 2020, 4:57 PM IST

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ତାଙ୍କ ଇଣ୍ଟେରିୟର ଡିଜାଇନର୍ ପତ୍ନୀ ଗୌରୀ ଖାନ୍ ସେମାନଙ୍କର ଚାରି ମହଲା ବିଶିଷ୍ଟ ପରସନାଲ ଅଫିସ୍ ର ସ୍ପେସକୁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କୁ ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ପାଇଁ କ୍ବାରେଣ୍ଟାଇନର ସୁବିଧା ଭାବରେ ବ୍ୟବହାର କରିବାକୁ ପ୍ରଦାନ କରିଥିଲେ । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ପାଇଁ ଏହି ସୁବିଧା 15 ଶଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟ୍ କୁ ବଢାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଶାହାରୁଖଙ୍କ ମେର ଫାଉଣ୍ଡେସନ, ଖାରର ହିନ୍ଦୁଜା ହସ୍ପିଟାଲ ଏବଂ ବିଏମସି ସହ ମିଳିତ ଭାବେ ଏହି ସୁବିଧା ଗତକାଲି କାର୍ଯ୍ୟକ୍ଷମ ହୋଇଥିଲା ।

ଏହି ଦମ୍ପତି ଏପ୍ରିଲ୍ ମାସରେ ବିଏମସିକୁ ସେମାନଙ୍କ ଖାର ଅଫିସ୍ ପ୍ରଦାନ କରିଥିଲେ । ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଅଭାବ ହେତୁ ଏହି ସୁବିଧା 29 ମେ ପର୍ଯ୍ୟନ୍ତ ହାସଲ ହୋଇପାରିଲା ନାହିଁ । କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ପାଇଁ ଏହି ସୁବିଧା 15 ଶଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟ୍ କୁ ବଢାଇ ଦିଆଯାଇଛି ।

ଶାହରୁଖ- ଗୌରୀ କରୋନାଭାଇରସ୍ ମହାମାରୀ ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିଥିଲେ । ଖାନ ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମାଧ୍ୟମରେ ପିଏମ କେୟାର ପାଣ୍ଠିରେ ସହଯୋଗ କରିଥିଲେ । ଏଥିସହିତ ଏହି ଯୋଡି ରେଡ ଚିଲି ମାଧ୍ୟମରେ ମହାରାଷ୍ଟ୍ର ସିଏମ୍ ରିଲିଫ୍ ପାଣ୍ଠିରେ ସହଯୋଗ କରିଥିଲେ ।

ଆଗାମୀ ସମୟରେ, ଶାହରୁଖ ଦୁଇଟି ବଡ ପ୍ରୋଜେକ୍ଟ ସହିତ ପରଦାକୁ ଫେରିବାକୁ ପ୍ରସ୍ତୁତ ଥିବା ଜଣାଯାଇଛି ।

ଏଥିସହିତ ଶାହରୁଖ ଅୟାନ୍ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details