ଓଡିଶା

odisha

ETV Bharat / sitara

ଛତିଶଗଡକୁ 2000 ପିପିଇ କିଟ୍ ଯୋଗାଇଲେ କିଙ୍ଗ ଖାନ - frontline covid 19 warriors in chhattisgarh

ମହାମାରୀ ବିରୋଧରେ ଲଢିବା ପାଇଁ ଶାହାରୁଖ ଖାନ ଛତିଶଗଡକୁ 2000 ପିପିଇ କିଟ ଯୋଗାଇ ଦେଇଛନ୍ତି । ଏହି ସହାୟତା ପାଇଁ କ୍ୟାବିନେଟ ମନ୍ତ୍ରୀ ଟି.ଏସ୍ ସିଂ ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

srk provides 2000 ppe kits to frontline covid 19 warriors in chhattisgarh
ଛତିଶଗଡକୁ 2000 ପିପିଇ କିଟ୍ ଯୋଗାଇଲେ କିଙ୍ଗ ଖାନ

By

Published : Oct 23, 2020, 6:32 PM IST

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହରୁଖ ଖାନଙ୍କ ଏନଜିଓ, ମିର ଫାଉଣ୍ଡେସନ ଛତିଶଗଡକୁ କୋଭିଡ 19 ମହାମାରୀ ବିରୋଧରେ ଲଢିବା ପାଇଁ 2000 ପିପିଇ କିଟ ଯୋଗାଇ ଦେଇଛି ।

ଛତିଶଗଡ କ୍ୟାବିନେଟ ମନ୍ତ୍ରୀ ଟିଏସ ସିଂ ଟ୍ବିଟ କରି ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ସାହାଯ୍ୟ କରିଥିବାରୁ ଅଭିନେତାଙ୍କୁ ପ୍ରଶଂସା କରିଛନ୍ତି । ଏହି ସାହାଯ୍ୟ ପାଇଁ ସେ ଶାହରୁଖଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଏହାର ଉତ୍ତରରେ ଶାହରୁଖ କହିଛନ୍ତି ଯେ, "ସାର୍, ଆମ ଭାଇ ଓ ଭଉଣୀମାନଙ୍କୁ ଏହି କଷ୍ଟଦାୟକ ସମୟରୁ ବାହାର କରିବା ପାଇଁ ଯାହା ସମ୍ଭବ ତାହା କରିବାକୁ ଆମେ ଚେଷ୍ଟା କରୁଛୁ । ଏହି ପ୍ରୟାସରେ ଆପଣଙ୍କୁ ଶୁଭେଚ୍ଛା " ।

ଏହାପୂର୍ବରୁ ଶାହରୁଖ ପିଏମ ଫଣ୍ତରେ ମଧ୍ୟ ସହଯୋଗ କରିଥିଲେ । ଶାହାରୁଖଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା ।

ନିକଟରେ ଶାହାରୁଖ ଏବଂ କାଜୋଲଙ୍କ ଫିଲ୍ମ 'ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ' ରିଲିଜକୁ 25 ବର୍ଷ ପୂରଣ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details