ଓଡିଶା

odisha

ETV Bharat / sitara

ବଦଳିଲେ ‘ସାବାସ୍ ମିଥୁ’ର ନିର୍ଦ୍ଦେଶକ, ଜାଣନ୍ତୁ କାହିଁକି... - ରାହୁଲ ଢୋଲକିଆଙ୍କ ନ୍ୟୁଜ

‘ସାବାସ୍ ମିଥୁ’ ଫିଲ୍ମର ଆଗାମୀ ସୁଟିଂରେ ନିର୍ଦ୍ଦେଶନା ଦେବେ ବଙ୍ଗୀୟ ନିର୍ମାତା ଶ୍ରୀଜିତ ମୁଖାର୍ଜୀ । ଫିଲ୍ମରୁ ବାଦ ପଡିଲେ ପୂର୍ବ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : Jun 23, 2021, 11:31 AM IST

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଚଳିତ ବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଏହି କ୍ରମରେ ସାମିଲ ଅଛି ତାଙ୍କ ଅଭିନୀତ ‘ହସୀନ ଦିଲରୁବା’, ‘ରଶ୍ମୀ ରକେଟ’, ‘ଲୁପ ଲପେଟା’ ଓ ‘ସାବାସ୍ ମିଥୁ’ । ଇତିମଧ୍ୟରେ ‘ସାବାସ୍ ମିଥୁ’କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ବଦଳିଲେ ଫିଲ୍ମର ନିର୍ଦ୍ଦେଶକ। କାରଣ ମେକର୍ସଙ୍କୁ ମିଳିଯାଇଛି ନୂଆ ନିର୍ଦ୍ଦେଶକ ।

କଥାଟି ହେଲା ଯେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିଲେ ରାହୁଲ ଢୋଲକିଆ, ଯିଏ ମଙ୍ଗଳବାର ଦିନ ଏକ ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି ଯେ କାର୍ଯ୍ୟସୂଚୀ ଅନୁଯାୟୀ ସେ ଆଉ ଟିମର ଅଂଶ ହେବେ ନାହିଁ।

ସେହିପରି ଜାରି କରିଥିବା ଷ୍ଟେଟମେଣ୍ଟରେ ସେ ଲେଖିଛନ୍ତି, ‘ମୋ ପ୍ରିୟ ଏଭେନଙ୍କ ଦ୍ବାରା ଲିଖିତ ଏବଂ ଅଜିତ ଅନ୍ଦରେଙ୍କ ଦ୍ବାରା କଳ୍ପନା କରାଯାଇଥିବା ଏହି ଫିଲ୍ମରେ ଆଉ ନିର୍ଦ୍ଦେଶନା ଦେବିନି । ଦୁର୍ଭାଗ୍ୟବଶତଃ ମୁଁ ଏହି ସ୍ବପ୍ନର ଏକ ଅଂଶ ହେବି ନାହିଁ, କିନ୍ତୁ ମୁଁ ଅଛି ଏବଂ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଁ ସର୍ବଦା ଉପସ୍ଥିତ ରହିବି। କୋରୋନା ସମସ୍ତଙ୍କ କାର୍ଯ୍ୟସୂଚୀକୁ ପରିବର୍ତ୍ତନ କରିଦେଇଛି । ଅଜିତଙ୍କ ପାଖରେ ଏକ ଫିଲ୍ମ ପାଇଁ ଯୋଜନା ଏବଂ ଏହାକୁ ସଫଳ କରିବାର ଏକ ଉପାୟ ମଧ୍ୟ ଅଛି । ମୁଁ ତାଙ୍କୁ ଏବଂ ଟିମକୁ ଶୁଭେଚ୍ଛା ଜଣାଉଛି।’

ପ୍ରକାଶ ଥାଉକି ରାହୁଲଙ୍କ ସ୍ଥାନରେ ବଙ୍ଗୀୟ ନିର୍ମାତା ଶ୍ରୀଜିତ ମୁଖାର୍ଜୀ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ । ଯଦି ଏହି ଫିଲ୍ମ ବିଷୟରେ କଥା ହେବା ତାହାଲେ ଏହା ଫେମସ ଫିମେଲ କ୍ରିକେଟର ମିତାଲି ରାଜଙ୍କ ବାୟୋପିକ । ଯେଉଁଥିରେ ତାଙ୍କ ଭୂମିକାରେ ନଜର ଆସିବେ ତାପସୀ ।

@IANS

ABOUT THE AUTHOR

...view details