ଓଡିଶା

odisha

ETV Bharat / sitara

Sridevi Death Anniversary: ଅଭିନେତ୍ରୀଙ୍କ ବିଷୟରେ କିଛି ଅଜଣା କଥା, ପଢନ୍ତୁ ରିପୋର୍ଟ - ଅଭିନେତ୍ରୀ ଶ୍ରୀଦେବୀ

ବଲିଉଡର 'ଚାନ୍ଦନୀ' ଶ୍ରୀଦେବୀଙ୍କର ଗୁରୁବାର (24 ଫେବୃଆରୀ) ଚତୁର୍ଥ ମୃତ୍ୟୁ ବାର୍ଷିକୀ । 24 ଫେବୃଆରୀ 2018ରେ ଦୁବାଇରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା । ଯଦିଓ ଶ୍ରୀଦେବୀଙ୍କ ଅନେକ କାହାଣୀ ଅଛି, କିନ୍ତୁ ଆମେ ଆପଣଙ୍କୁ ସେହି 5ଟି ଖାସ କଥା ବିଷୟରେ କହିବୁ, ଯାହା ବୋଧହୁଏ କେବଳ ଶ୍ରୀଦେବୀଙ୍କ ପ୍ରଶଂସକମାନେ ଜାଣିଥିବେ । ଅଧିକ ପଢନ୍ତୁ

ଫ୍ୟାନ୍ସଙ୍କୁ ହିଁ ଜଣାଥିବ ଅଭିନେତ୍ରୀଙ୍କ ଏହି 5ଟି ଖାସ୍‌ କଥା ସମ୍ପର୍କରେ
ଫ୍ୟାନ୍ସଙ୍କୁ ହିଁ ଜଣାଥିବ ଅଭିନେତ୍ରୀଙ୍କ ଏହି 5ଟି ଖାସ୍‌ କଥା ସମ୍ପର୍କରେ

By

Published : Feb 24, 2022, 4:37 PM IST

ହାଇଦ୍ରାବାଦ: ବଲିଉଡର 'ଚାନ୍ଦନୀ' ଶ୍ରୀଦେବୀଙ୍କର ଗୁରୁବାର (24 ଫେବୃଆରୀ) ଚତୁର୍ଥ ମୃତ୍ୟୁବାର୍ଷିକୀ (Sridevi Death Anniversary) । 24 ଫେବୃଆରୀ 2018ରେ ଦୁବାଇରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା । ସେ ଦୁବାଇରେ ଏକ ବିବାହକୁ ଯାଇଥିଲେ ଏବଂ ହୋଟେଲର ବାଥରୁମରୁ ତାଙ୍କର ମୃତଦେହ ମିଳିଥିଲା। ଶ୍ରୀଦେବୀ ଆଜି ଆମ ଗହଣରେ ନାହାଁନ୍ତି, କିନ୍ତୁ ତାଙ୍କର ପିଲାଳିଆମି, ସୌନ୍ଦର୍ଯ୍ୟ, ତାଙ୍କ ସ୍ମୃତି ଏବଂ ଚଳଚ୍ଚିତ୍ର ଗୁଡ଼ିକ ଆଜି ବି ତାଙ୍କ ଠାରୁ ଦୂରେଇ ଯିବାକୁ ଆମକୁ ଅନୁମତି ଦିଏ ନାହିଁ ।

ଶ୍ରୀଦେବୀଙ୍କ ଚତୁର୍ଥ ମୃତ୍ୟୁ ବାର୍ଷିକୀ

ଶ୍ରୀଦେବୀ ୧୯୬୩ ମସିହା ଅଗଷ୍ଟ ୧୩ରେ ତାମିଲନାଡ଼ୁର ଶିବକାଶୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ଥିଲା ଶ୍ରୀ ଆମ୍ମା ୟାଙ୍ଗର ଆୟାପାନ୍‌। ପିତା ଆୟାପ୍ପାନ ଥିଲେ ତାମିଲ ଏବଂ ମା’ ରାଜେଶ୍ୱରୀ ଥିଲେ ତେଲୁଗୁ। ୧୯୯୬ରେ ଶ୍ରୀଦେବୀ ୩୩ ବର୍ଷ ବୟସରେ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ ଜାହ୍ନବୀ ଏବଂ ଖୁସି । ଅଭିନେତା ଅନୀଲ କପୁର ଏବଂ ସଂଜୟ କପୁରଙ୍କ ବଡ଼ ଭାଇ ହେଉଛନ୍ତି ବୋନି କପୁର। ଶ୍ରୀଦେବୀ ଜଣେ ଫେସନ ଆଇକନ୍‌ ଭାବେ ମଧ୍ୟ ସୁଖ୍ୟାତି ହାସଲ କରିଥିଲେ। ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ୮୦ ଓ ୯୦ ଦଶକରେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରହିଥିଲେ । ଯଦିଓ ଶ୍ରୀଦେବୀଙ୍କ ଅନେକ କାହାଣୀ ଅଛି, କିନ୍ତୁ ଆମେ ଆପଣଙ୍କୁ ସେହି 5ଟି ଖାସ କଥା ବିଷୟରେ କହିବୁ, ଯାହା ବୋଧହୁଏ କେବଳ ଶ୍ରୀଦେବୀଙ୍କ ପ୍ରଶଂସକମାନେ ଜାଣିଥିବେ ।

ଶ୍ରୀଦେବୀଙ୍କ ଚତୁର୍ଥ ମୃତ୍ୟୁ ବାର୍ଷିକୀ

1. ସ୍ବାମୀଙ୍କ ଏହି କଥା ଉପରେ ରାଗୁଥିଲେ

ଶ୍ରୀଦେବୀ ବହୁତ ଖୁସ୍ ସ୍ବଭାବର ଥିଲେ। ସେ ପ୍ରତିଟି ଦିନକୁ ଖୋଲାଖୋଲି ଭାବରେ ବଞ୍ଚୁଥିଲେ, କିନ୍ତୁ ସେ ସ୍ବାମୀ ବୋନି କପୁରଙ୍କ ଗୋଟିଏ କଥା ସେ ଆଦୌ ପସନ୍ଦ କରୁନଥିଲେ । ଶ୍ରୀଦେବୀଙ୍କ ବିଷୟରେ କୁହାଯାଏ ଯେ, ଯେତେବେଳେ ବି ବୋନି କପୁର ଶ୍ରୀଦେବୀଙ୍କୁ ତାଙ୍କ ବୟସ ବିଷୟରେ ମନେ ପକାଉଥିଲେ, ସେତେବେଳେ ସେ ବହୁତ ରାଗି ଯାଉଥିଲେ । ଶ୍ରୀଦେବୀ ବୟସର ଗଣନା କରିବାକୁ ପସନ୍ଦ କରୁନଥିଲେ।

2. ଏହି ଜିନିଷ ସହିତ ନଥିଲା କୌଣସି କମ୍ପ୍ରମାଇଜ

ଶ୍ରୀଦେବୀ ସୌନ୍ଦର୍ଯ୍ୟର ଜୀବନ୍ତ ଉଦାହରଣ ଥିଲେ, ଆଜିକାଲିର ଅଭିନେତ୍ରୀ ମଧ୍ୟ ତାଙ୍କ 80 ଦଶକର ଲୁକ୍ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ସକ୍ଷମ ନୁହଁନ୍ତି । ବାସ୍ତବରେ, ଶ୍ରୀଦେବୀ ଏକ ସ୍ବାସ୍ଥ୍ୟ ସଚେତନ ଥିଲେ । ସେ ନିଜ ଚେହେରାକୁ ନେଇ କେବେ ବି କମ୍ପ୍ରମାଇଜ କରିନଥିଲେ । ସେ ସ୍କିନର ବିଶେଷ ଯତ୍ନ ନେଇଥିଲେ ।

ଶ୍ରୀଦେବୀଙ୍କ ଚତୁର୍ଥ ମୃତ୍ୟୁ ବାର୍ଷିକୀ

3. ଫେଭରେଟ ଡ୍ରେସ୍‌

ବଲିଉଡରେ ଶ୍ରୀଦେବୀଙ୍କୁ ଫ୍ୟାସନ ଡିଭା ମଧ୍ୟ କୁହାଯାଏ। ତାଙ୍କର ଡ୍ରେସିଂ ଷ୍ଟାଇଲ ସବୁଠି ଭିନ୍ନ ଥିଲା । ଶ୍ରୀଦେବୀଙ୍କ ଡ୍ରେସିଂ କଲେକ୍ସନରେ ଶାଢୀ ଅଧିକ ଥିଲା। ଶ୍ରୀଦେବୀ ଯେବେ ବି ଦେଶ ବାହାରକୁ ଯାଉଥିଲେ, ଗୋଟିଏ ଶାଢୀ ନିଶ୍ଚିନ୍ତ ଆଣୁଥିଲେ। ଏମିତିରେ ବି ଶ୍ରୀଦେବୀ ଅଧିକାଂଶ ଇଭେଣ୍ଟରେ ଶାଢୀରେ ନଜର ଆସୁଥିଲେ।

ଶ୍ରୀଦେବୀଙ୍କ ଚତୁର୍ଥ ମୃତ୍ୟୁ ବାର୍ଷିକୀ

4.ନିଜେ ସମ୍ଭାଳିଥିଲେ ଏହି ଦାୟିତ୍ବ

ଶ୍ରୀଦେବୀ ଗ୍ଲାମରସ୍ ହେବା ସହିତ ଜଣେ ଘରୋଇ ମହିଳା ମଧ୍ୟ ଥିଲେ । ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶ୍ରୀଦେବୀ ରୋଷେଇ ଘରର ସମସ୍ତ ଦାୟିତ୍ବ ନିଜେ ସମ୍ଭାଳୁଥିଲେ । ଖାଦ୍ୟଠାରୁ ଆରମ୍ଭ କରି ଘର ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ ଶ୍ରୀଦେବୀ ନିଜେ ସବୁ ତୁଲାଉଥିଲେ। ଏହି ସମସ୍ତ କାର୍ଯ୍ୟ ତାଙ୍କ ହିସାବରେ ହେଇଥିଲା ।

5. ଝିଅଙ୍କୁ ଖୁବ ଭଲ ପାଉଥିଲେ

ଶ୍ରୀଦେବୀଙ୍କ ଚତୁର୍ଥ ମୃତ୍ୟୁ ବାର୍ଷିକୀ

ଶ୍ରୀଦେବୀଙ୍କର ଦୁଇ ଝିଅ ଜାହ୍ନବୀ ଏବଂ ଖୁସି କପୁର । ଯେକୌଣସି ଇଭେଣ୍ଟ ହେଉ ଶ୍ରୀଦେବୀ ତାଙ୍କ ଝିଅଙ୍କୁ ସାଥିରେ ନେଇ ଯାଉଥିଲେ । ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ 'ଧଡକ'ର ସୁଟିଂ ସେଟରେ ଶ୍ରୀଦେବୀ ସର୍ବଦା ଉପସ୍ଥିତ ଥିଲେ । ଶ୍ରୀଦେବୀ ସବୁବେଳେ ତାଙ୍କ ଝିଅମାନଙ୍କୁ ନିଜ ପାଖରେ ରଖୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details