ଓଡିଶା

odisha

ETV Bharat / sitara

ବଲିଉଡରେ ଡେବ୍ୟୁ କରିବେ ଶ୍ରୀଲଙ୍କା ସେନସେସନ Yohani - ଶ୍ରୀଲଙ୍କା ଗାୟୀକା ୟୋହୋନି

ଖୁବଶୀଘ୍ର ହିନ୍ଦୀ ଚଳଚ୍ଚିତ୍ର 'ସୁପରଷ୍ଟାର'ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା ଗାୟିକା ୟୋହାନି ।ଅଧିକ ପଢନ୍ତୁ...

ବଲିଉଡରେ ଡେବ୍ୟୁ କରିବେ 'ମାନିକେ ମାଗେ ହିତେ'ର ଗାୟୀକା ୟୋହୋନି
ବଲିଉଡରେ ଡେବ୍ୟୁ କରିବେ 'ମାନିକେ ମାଗେ ହିତେ'ର ଗାୟୀକା ୟୋହୋନି

By

Published : Oct 19, 2021, 12:26 PM IST

ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଲଙ୍କା ଗାୟିକା ୟୋହାନି । ନିକଟରେ 'ମାନିକେ ମାଗେ ହିତେ' ଗାଇ ସେ ସୋସିଆଲ ମିଡିଆର ସେନସେସନ ଗାର୍ଲ ପାଲଟିଥିବା ବେଳେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କ ଫିଲ୍ମ 'ଥ୍ୟାଙ୍କ ଗଡ'ରେ ସେ ମାନିକେ ମାଗେ ହିତେ ଟ୍ରାକକୁ ହିନ୍ଦି ଭର୍ସନରେ କଣ୍ଠ ଦାନ କରିବେ ।

ଏନେଇ ଫିଲ୍ମ ନିର୍ଦ୍ଦେଶକ ଇନ୍ଦ୍ର କୁମାର କହିଛନ୍ତି ଯେ ୟୋହାନିଙ୍କ ଗୀତ ଏକ ସୁପରହିଟ ଟ୍ରାକ ହୋଇପାରିଛି । ଏହି ବ୍ଲକବଷ୍ଟର ଟ୍ରାକ୍ 'ଥ୍ୟାଙ୍କ ଗଡ' ଫିଲ୍ମ ପାଇଁ ଦେଇଥିବାରୁ ମୁଁ ଭୂଷଣଜୀଙ୍କୁ ଧନ୍ୟବାଦ ଜଣାଉଛି । ତେବେ ଖୁବଶିଘ୍ର ଏହାର ଟ୍ରାକ ପ୍ରସ୍ତୁତ କରାଯାଇ ସୁଟିଂ ଆରମ୍ଭ ହେବ ଏବଂ ଆଗାମୀ ବର୍ଷ ଏହା ରିଲିଜ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଇନ୍ଦ୍ର କୁମାର ।

ତେବେ ଏନେଇ ୟୋହାନି ବେଶ ଖୁସିଥିବା ବେଳେ କହିଛନ୍ତି ଯେ ମୋତେ ଭାରତବାସୀ ବହୁତ ଭଲପାଇବା ଦେଇଛନ୍ତି । ବଲିଉଡରେ ମୋର ଗୀତ କୁ ହିନ୍ଦୀ ଟ୍ରାକରେ ମୋତେ ଗାତ ଗାଇବାକୁ ସୁଯୋଗ ମିଳିଥିବାରୁ ମୁଁ ଭୂଷଣ କୁମାର, ଇନ୍ଦ୍ର କୁମାରଙ୍କୁ ଧନ୍ୟବାଦ ଜଣାଉଛି । ତେବେ ନିକଟରେ 'ବିଗବସ ୧୫' ଓ 'ବିଗ୍ ପିକ୍ଚର' ରିୟାଲିଟି ଶୋ'ରେ ଗେଷ୍ଟ ଭାବେ ଯୋଗ ଦେଇଥିଲେ ୟୋହାନି ।

@ANI

ABOUT THE AUTHOR

...view details