ଓଡିଶା

odisha

By

Published : May 22, 2019, 3:05 PM IST

ETV Bharat / sitara

ରିଲିଜ ପୂର୍ବରୁ ‘ପିଏମ ନରେନ୍ଦ୍ର ମୋଦି’ର ସ୍ପେଶାଲ ସ୍କ୍ରିନିଂ

ନିର୍ବାଚନ ଫଳାଫଳ ପୂର୍ବରୁ ହିଁ ଗୁଜୁରାଟରେ ପିଏମ ନରେନ୍ଦ୍ର ମୋଦିର ସ୍ପେଶାଲ ସ୍କ୍ରିନିଂ କରାଯାଇଥିବା ବେଳେ ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଭାରତରେ ଗୋଟିଏ ପଟେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପକ୍ଷେ ମୋଦିଙ୍କ ବାୟୋପିକକୁ ନେଇ ସରଗରମ ବଲିଉଡ । ତେବେ ଫିଲ୍ମ ରିଲିଜ ପୂର୍ବରୁ ହିଁ ଗୁଜୁରାଟରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଏଥିରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ଯୋଗ ଦେଇଥିଲେ ।

ତେବେ ଫିଲ୍ମ ରିଲିଜକୁ ନେଇ ପୂର୍ବରୁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ଫିଲ୍ମ ନିର୍ମାତା ଏହାକୁ ନିର୍ବାଚନ ଭିତରେ ରିଲିଜ କରିବାକୁ ଚାହୁଁଥିଲେ ମାତ୍ର ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପରେ ଏହାର ରିଲିଜ ତାରିଖକୁ ନିର୍ବାଚନ ଫଳାଫଳର ପରଦିନ ଅର୍ଥାତ ମେ 24ରେ ରଖାଯାଇଛି ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଉମଙ୍ଗ କୁମାର । ସେହିପରି ମୋଦିଙ୍କ ଭୁମିକାରେ ବିବେକ ଓବରୟ ନଜର ଆସିବେ । ସ୍ପେଶାଲ ସ୍କ୍ରିନିଂ ସମୟରେ ପୁଣି ମୋଦି ସରକାର ଆସିବ ଓ ସେହି ଖୁସିରେ ଫିଲ୍ମ ଦେଖିବାକୁ କହିଥିଲେ ବିବେକ ଓବରୟ ।

ABOUT THE AUTHOR

...view details