ଓଡିଶା

odisha

ETV Bharat / sitara

ଦାନବୀର ସାଜିଲେ ଗାୟକ ବାଲାସୁବ୍ରମଣ୍ୟମ - ଘର ଦାନ କଲେ ଗାୟକ ଏସ.ପି ବାଲାସୁବ୍ରମଣ୍ୟମ

ସମସ୍ତେ କିଛି ନା କିଛି ନିଜ ଆୟରୁ ଦାନ କରନ୍ତି । ହେଲେ ଦାନରେ ଜଣେ ତାଙ୍କ ପୈତୃକ ଘରକୁ ଦାନ କରିଛନ୍ତି । ଗାୟକ ଏସ.ପି ବାଲାସୁବ୍ରମଣ୍ୟମ ପୈତୃକ ଘରକୁ ଦାନ କରି ଏବେ ଚର୍ଚ୍ଚାରେ ।

sp balasubramaniam
ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

By

Published : Feb 13, 2020, 6:17 PM IST

ମୁମ୍ବାଇ: ‘ମୈନେ ପ୍ୟାର କିୟା’ ଓ ‘ହମ ଆପକେ ହେ କୌନ’ ସମେତ ହିନ୍ଦୀ, ତେଲୁଗୁ, ମଲୟାଲମ ଓ ତାମିଲ ଭାଷାରେ ପାଖାପାଖି 40 ହଜାରରୁ ଅଧିକ ଗୀତ ଗାଇଛନ୍ତି ଲୋକପ୍ରିୟ ଗାୟକ ଏସ.ପି ବାଲାସୁବ୍ରମଣ୍ୟମ । ଦୀର୍ଘ ସମୟ ପରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନେଲ୍ଲୁର ସ୍ଥିତ ପୈତୃକ ଘରକୁ କାଞ୍ଚୀ ମଠକୁ ଦାନ ଦେଉଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ଏହାବ୍ୟତୀତ ସେ କାଞ୍ଚୀ ମଠର ଆଚାର୍ଯ୍ୟ ବିଜୟେନ୍ଦ୍ର ସରସ୍ବତୀଙ୍କ ଉପସ୍ଥିତିରେ ଗୀତ ଗାଉଥିବାର ନଜର ଆସୁଛନ୍ତି । ତାଙ୍କ ଏହି ଭିଡିଓକୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି ତାଙ୍କ ପ୍ରଶଂସକ ।

ପ୍ରକାଶ ଥାଉକି ବାଲାସୁବ୍ରମଣ୍ୟମ ପାଖାପାଖି 16ଟି ଭାଷାରେ ଗୀତ ଗାଇସାରିଛନ୍ତି । ଆଉ ସେ ପ୍ଲେବ୍ୟାକ ସିଙ୍ଗର ବ୍ୟତୀତ ସଙ୍ଗୀତ ନିର୍ଦ୍ଦେଶକ, ଆକ୍ଟର, ଡବିଂ ଆର୍ଟିଷ୍ଟ ଓ ଫିଲ୍ମ ପ୍ରଯୋଜକ ମଧ୍ୟ । ସେ 6 ଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମଧ୍ୟ ଜିତିସାରିଛନ୍ତି । ବଲିଉଡ ଗୀତ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ପୁରସ୍କୃତ କରାଯାଇଛି ।

ABOUT THE AUTHOR

...view details