ଓଡିଶା

odisha

ETV Bharat / sitara

ଘୋଷଣା ହେଲା ‘ହାତୀ ମେରେ ସାଥୀ’ ନୂଆ ରିଲିଜ ତାରିଖ - ରାଣା ଦଗ୍ଗୁବତୀଙ୍କ ଆକ୍ସନ ଡ୍ରାମା ଫଇଲ୍ମ ‘ହାତୀ ମେରେ ସାଥୀ’

ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ହାତୀ ମେରେ ସାଥୀ’ ରିଲିଜକୁ ନେଇ ପୁଣି ଚର୍ଚ୍ଚା । ସାମ୍ନାକୁ ଆସିଲା ଫିଲ୍ମ ରିଲିଜ ତାରିଖ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 21, 2020, 5:48 PM IST

ମୁମ୍ବାଇ: କୋରୋନା ମହାମାରୀ ହେତୁ ସ୍ଥିଗତ ଥିବା ସାଉଥର ଫେମସ ଅଭିନେତା ରାଣା ଦଗ୍ଗୁବତୀଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ହାତୀ ମେରେ ସାଥୀ’କୁ ନେଇ ଚର୍ଚ୍ଚା । ଦର୍ଶକଙ୍କ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । କାରଣ ଘୋଷଣା ହୋଇଯାଇଛି ଫିଲ୍ମର ରିଲିଜ ତାରିଖ । ଆସନ୍ତା ବର୍ଷ ମକର ସଂକ୍ରାନ୍ତିରେ ପରଦାରେ ଦେଖିବାକୁ ମିଳିବ ଫିଲ୍ମ।

ପୂର୍ବରୁ ଇରୋଜ୍ ଇଣ୍ଟରନ୍ୟାସନାଲ ଏବଂ ନିର୍ଦ୍ଦେଶକ ପ୍ରଭୁ ସୋଲେମନ ବିଶ୍ବ ସ୍ଥରରେ ଏବର୍ଷ ଏପ୍ରିଲ 2ରେ ଫିଲ୍ମକୁ ତାମିଲ, ତେଲୁଗୁରେ ରିଲିଜ କରିବା ଘୋଷଣା କରିଥିଲେ । ହେଲେ କୋରୋନା ପାଇଁ ଏହା ସମ୍ଭବ ହୋଇପାରିନଥିଲା ।

2021 ଜାନୁଆରୀରେ ଫିଲ୍ମ ରିଲିଜ କରିବା ଘୋଷଣା କରି ମେକର୍ସ କହିଛନ୍ତି, ‘ଯେବେ ମଧ୍ୟ ଘାତକ ମହାମାରୀରେ ଆମେ ଲଢୁଛେ ତେବେ ବି ଆମକୁ ଜଙ୍ଗଲର ସମ୍ମାନ କରିବାକୁ ପଡିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଫିଲ୍ମ ହାତୀ ମେରେ ସାଥୀ 2021 ମକର ସଂକ୍ରାନ୍ତିରେ ରିଲିଜ କରିବାକୁ ଯୋଜନା କରିଛୁ ।’ ସେପଟେ ରାଣା ଟ୍ବିଟରରେ ଫିଲ୍ମର ନୂଆ ମୋଶନ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।

ରାଣାଙ୍କ ବ୍ୟତୀତ ଫିଲ୍ମରେ ପୁଲକିତ ସମ୍ରାଟ, ଶ୍ରିୟା ପିଲଙ୍ଗାୱକର ଏବଂ ଜୋୟା ହୁସୈନ ମୁଖ୍ୟ ଭୂମିକାରେ ନଜର ଆସିବେ । ମଣିଷ ସହ ପ୍ରକୃତିର ସମ୍ପର୍କ ଆଉ ଜୀବଜନ୍ତୁ ପ୍ରତି ଥିବା ଭାବନା କାହାଣୀକୁ ନେଇ ଆଧାରିତ ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details