ଓଡିଶା

odisha

ETV Bharat / sitara

ସୁଧୁରିବାରେ ଲାଗିଛି ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା - ହାଇଦ୍ରାବାଦ ହସ୍ପିଟାଲରେ ରଜନୀ

ସାମ୍ନାକୁ ଆସିଲା ସୁପରଷ୍ଟାର ରଜନୀକାନ୍ତଙ୍କ ସୁସ୍ଥ ଖବର । ଅଧିକ ପଢନ୍ତୁ...

OD_south superstar rajinikanth being monitored closely at hyderabad hospital
ସୁଧୁରିବାରେ ଲାଗିଛି ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା

By

Published : Dec 26, 2020, 8:04 AM IST

Updated : Dec 26, 2020, 9:08 PM IST

ହାଇଦ୍ରାବାଦ: ଶୁକ୍ରବାର ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରକ୍ତଚାପ ବଢିଯିବାରୁ ରାତିରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ରହିବାକୁ ପଡିଥିଲା । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ରଜନୀକାନ୍ତଙ୍କ ଉପରେ କଡା ନଜର ରଖାଯାଉଛି ଏବଂ ତାଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଔଷଧଗୁଡିକ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି ।

ରଜନୀଙ୍କ ଚିକିତ୍ସା ଶନିବାର ମଧ୍ୟ ହେବ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଅଭିନେତାଙ୍କ ଝିଅ ତାଙ୍କ ସହିତ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ହସ୍ପିଟାଲରେ ବିଶ୍ରାମ ନେଉଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ଶୁକ୍ରବାର ଅପେକ୍ଷା ଶନିବାର ରଜନୀକାନ୍ତଙ୍କ ସ୍ଥିତିରେ ସୁଧାର ଆସିଛି । ଏବେ ତାଙ୍କ ସ୍ବାସ୍ଥ୍ୟ ଭଲ ରହିଛି । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଯେଉଁଥିରେ କୌଣସି ଗୁରୁତର ସମସ୍ୟା ସାମ୍ନାକୁ ଆସିନାହିଁ । କିନ୍ତୁ ଏବେ ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି । ସନ୍ଧ୍ୟାରେ ନୂଆ ରିପୋର୍ଟ ଆସିବା ପରେ କେବେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ସେନେଇ ସୂଚନା ଦିଆଯିବ ।

ପ୍ରକାଶ ଥାଉ କି, ନିକଟରେ ରଜନୀ ନିଜର ଅପକମିଂ ତାମିଲ ଫିଲ୍ମ ‘ଅନ୍ନାଥ’ର ସୁଟିଂ ବନ୍ଦ କରିଥିଲେ । କାରଣ ସେଟରୁ 7 ଜଣ କ୍ରୁ ମେମ୍ବର କୋରୋନା ସଂକ୍ରମିତ ବାହାରିବା ପରେ ଫିଲ୍ମର ସୁଟିଂ ଅଧାରେ ବନ୍ଦ କରିଦେଇଥିଲେ ମେକର୍ସ । ଅନ୍ୟପଟେ ରଜନୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 26, 2020, 9:08 PM IST

ABOUT THE AUTHOR

...view details